Latest Odisha News

BREAKING NEWS

କମିଲା ଆରବିଆଇର ରେପୋ ରେଟ୍‌

ନୂଆଦିଲ୍ଲୀ: ବିପର୍ଯ୍ୟସ୍ତ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି।

ତନ୍ମଧ୍ୟରେ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୪୦ ବେସିସ୍ ପଏଣ୍ଟକୁ ହ୍ରାସ କରାଯାଇଛି। ଯାହା ଫଳରେ ଏବେ ରେପୋ ରେଟ ୪% ରହିଛି।

ସେହିଭଳି ରିଭର୍ସ ରେପୋ ହାର ୩.୭୫ ପ୍ରତିଶତରୁ ୩.୩୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏହି ନୂଆ ନିୟମ ଦ୍ଵାରା ବ୍ୟାଙ୍କ ଋଣ ଶସ୍ତା ହେବ।

ତେବେ ଦେଶବ୍ୟାପୀ ଲକଡାଉନ ଯୋଗୁଁ ଦେଶର ବ୍ୟବସାୟ ବନ୍ଦ ହୋଇଯାଇଥିବାରୁ ଅର୍ଥନୀତିର ଅଭିବୃଦ୍ଧି ହାର ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି।

ଏହାପୂର୍ବରୁ ଆରବିଆଇ ଚଳିତ ବର୍ଷ ମାର୍ଚ୍ଚରେ ରେପୋ ହାରକୁ ୭୫ ବେସିସ୍ ପଏଣ୍ଟ ହ୍ରାସ କରିଥିଲେ।

 

Leave A Reply

Your email address will not be published.