Latest Odisha News

BREAKING NEWS

ଖୁସି ଖବର: ଚଳିତ ମାସରୁ ଉପଲବ୍ଧ ହେବ କରୋନା ଔଷଧ

ନୂଆଦିଲ୍ଲୀ: ଚଳିତ ମାସରୁ ଭାରତରେ ଉପଲବ୍ଧ ହେବ କରୋନା ଔଷଧ । ଏନେଇ ଔଷଧ ତିଆରି କମ୍ପାନି ମାଇଲନ୍ ଏନ୍‌ଭି ଘୋଷଣା କରିଛି । କରୋନା ରୋଗୀଙ୍କୁ ସୁସ୍ଥ କରିବା ପାଇଁ ମାଇଲନ୍ ଏନ୍‌ଭି ରେମଡେସିବିରର ଏକ ଜେନେରିକ୍ ସଂସ୍କରଣ ବଜାରକୁ ଛାଡ଼ିବ । ଏ ନେଇ କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ।

୧୦୦ଏମଜି ରେମଡେସିବିର ପାଇଁ ଲୋକଙ୍କୁ ୪,୮୦୦ଟଙ୍କା ଦେବାକୁ ହେବ। ଏ ନେଇ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ମାଇଲନ ଏନଭିକୁ ରେମଡେସିବିରର ଜେନେରିକ୍ ସଂସ୍କରଣକୁ ଭାରତରେ ଲଞ୍ଚ କରିବାକୁ ଅନୁମତି ଦେଇଛି। ରେମଡେସିବିରର ଉତ୍ପାଦନ ଏବଂ ମାର୍କେଟିଂ ପାଇଁ ଅନୁମୋଦନ ପରେ ମାଇଲନ କମ୍ପାନି ପକ୍ଷରୁ କୁହାଯାଇଛି ଯେ, ‘ଡେସରେମ୍’ ନାମରେ ଏହି ଔଷଧ ଭାରତରେ ବଜାର ପ୍ରବେଶ କରିବ।

ଏହି ଔଷଧ ସନ୍ଦିଗ୍ଧ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯିବ । ମାଇଲନ୍ ଏନଭି ପୂର୍ବରୁ ଦୁଇଟି ଭାରତୀୟ କମ୍ପାନୀ ସିପ୍ଲା ଲିମିଟେଡ୍ ଏବଂ ହେଟେରୋ ଲ୍ୟାବ ମଧ୍ୟ ରେମଡେସିବିରର ଏକ ଜେନେରିକ୍ ସଂସ୍କରଣ ପ୍ରସ୍ତୁତ କରିଥିଲେ। ସେଥିମଧ୍ୟରୁ ସିପ୍ଲାର ଔଷଧର ମୂଲ୍ୟ ୫,୦୦୦ଟଙ୍କା ଥିବା ବେଳେ ହେଟେରୋ ତିଆରି କରିଥିବା ଔଷଧର ମୂଲ୍ୟ ରହିଛି ୫,୪୦୦ଟଙ୍କା ରହିଛି ।

Leave A Reply

Your email address will not be published.