Latest Odisha News

ଗଂଜାମରେ ବି ପାଳନ ହେବନି ରଜ..୧୬ ତାରିଖ ଯାଏଁ ଲାଗୁ ହେଲା କଟକଣା

ଗଂଜାମ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଗଂଜାମରେ ପାଳନ ହେବନାହିଁ । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି । ୧୬ ତାରିଖ ଯାଏଁ ଏହି କଟକଣା ଲାଗୁ ହେବ ।

ରଜଦୋଳି, ଭୋଜିଭାତ, ମହୋତ୍ସବ କରାଯାଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ସମେତ ଲୁଗା ଦୋକାନ ଓ ଷ୍ଟେସନାରୀ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ଖୋଲା ରହିବ । ଅନ୍ୟ ଦୋକାନ ସକାଳ ୭ଟାରୁ ଦିନ ୨ଟା ଯାଏଁ ଖୋଲା ରହିବ ।

Leave A Reply

Your email address will not be published.