Latest Odisha News

BREAKING NEWS

ଆଜିଠୁ ଆରମ୍ଭ ଘରୋଇ ବିମାନ ସେବା: ଗାଇଡ଼ଲାଇନ ଅନୁସାରେ ଉଡିବ ଫ୍ଲାଇଟ୍

ନୂଆଦିଲ୍ଲୀ: ଆଜିଠୁ ଦେଶରେ ଆରମ୍ଭ ହେବ ଘରୋଇ ବିମାନ ସେବା । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଗାଇଡଲାଇନ୍‌ ଅନୁସାରେ ଉଡ଼ିବ ଫ୍ଲାଇଟ୍‌ । ଏଥିପାଇଁ ପ୍ରସ୍ତୁତ ହୋଇଛି ଭୁବନେଶ୍ୱର ବିମାନ ବନ୍ଦର ।

ବିମାନ ବନ୍ଦର କର୍ତ୍ତୃପକ୍ଷ ଯାତ୍ରୀଙ୍କ ପ୍ରବେଶ ଠାରୁ ଆରମ୍ଭ କରି ବୋର୍ଡିଂ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ କତ୍ତୃପକ୍ଷ ରବିବାର ଦିନ ଏକ ରିହଲସେଲ କରିଥିଲେ ।

କରୋନା ସଂକ୍ରମଣ ରୋକିବା ପାଇଁ କୋଭିଡ-୧୯ ଗାଇଡ୍‌ଲାଇନ୍‌ ପାଳନ ସହିତ କର୍ତ୍ତୃପକ୍ଷ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରିଛନ୍ତି ।

ଗାଇଡ଼ଲାଇନ ଅନୁଯାୟୀ, ସାନିଟାଇଜର ରଖିବା ସହ ପିପିଇ କିଟ୍‌ ପିନ୍ଧିବେ ସମସ୍ତ ବିମାନ କର୍ମଚାରୀ ।

*ଯାତ୍ରୀଙ୍କ ପାଇଁ ଲାଗୁ ହେବ ଟଚଲେସ୍‌ ସିଷ୍ଟମ୍‌ ।

*ବିମାନ ଛାଡିବାର ୨ ଘଣ୍ଟା ପୂର୍ବରୁ ଏୟାରପୋର୍ଟରେ ପହଞ୍ଚିବେ ଯାତ୍ରୀ ।

*୪ ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ଟର୍ମିନାଲକୁ ଛଡାଯିବ ।

*ସମସ୍ତ ଯାତ୍ରୀଙ୍କ ପାଇଁ ମାସ୍କ ଓ ଗ୍ଳୋବସ୍ ବାଧ୍ୟତାମୂଳକ ।

*୧୪ ବର୍ଷରୁ କମ ପିଲାଙ୍କୁ ଛାଡି ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁ ପଞ୍ଜୀକରଣ କରିବେ ।

*କେବଳ ବ୍ୟକ୍ତିଗତ ଗାଡି କିମ୍ବା ଅନୁମତିପ୍ରାପ୍ତ କ୍ୟାବରେ ହିଁ ବିମାନବନ୍ଦରକୁ ଆସିପାରିବେ ଯାତ୍ରୀ ।

*ଜରୁରୀ ସେବା କ୍ଷେତ୍ରରେ ସାନିଟାଇଜ୍‌ କରି ଟ୍ରଲିର ବ୍ୟବହାର ପାଇଁ ମିଳିବ ଅନୁମତି ।

Leave A Reply

Your email address will not be published.