Latest Odisha News

ରିୟା ଚକ୍ରବର୍ତ୍ତୀଙ୍କୁ ସୁପାରୀ କିଲର କହିଲେ ବିହାରର ଏହି ମନ୍ତ୍ରୀ

ପାଟନା: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଟ୍ୱିଷ୍ଟ ଆସୁଛି । ଏହି ଅବସରରେ ବିହାର ସରକାରର ଜଣେ ମନ୍ତ୍ରୀ ମହେଶ୍ୱର ହଜାରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପାରୀ କିଲର ବୋଲି କହିଛନ୍ତି ।

ସେ କହିଛନ୍ତି ଯେ ରିୟା ଜଣେ ସୁପାରୀ କିଲର ଭାବେ ସୁଶାନ୍ତଙ୍କ ଜୀବନରେ ପଶିବା ସହ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲା । ଯିଏ ସୁଶାନ୍ତଙ୍କ ସବୁ ପଇସାକୁ ଟ୍ରାନ୍ସଫର କରି ନେଇଛି। ଏପରିକି ରିୟାଙ୍କୁ ବିଷକନ୍ୟା ଭଳି ସୁଶାନ୍ତଙ୍କ ଜୀବନକୁ ପଠା ଯାଇଥିଲା ବୋଲି ସେ ଆକ୍ଷେପ ମଧ୍ୟ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ସୂଚନା ମିଳିଛି ।

ଆହୁରି ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ପଛରେ ଏକ ବଡ ଗ୍ୟାଙ୍ଗ ରହିଛି ବୋଲି ସେ ଅଭିଯୋଗ ମଧ୍ୟ କରିଛନ୍ତି ।

ନିକଟ ଅତୀତରେ ସୁଶାନ୍ତଙ୍କ ପିତା କେ କେ ସିଂହ ଗାର୍ଲଫ୍ରେଣ୍ଡ ରିୟା ବିରୋଧରେ ଏଫଆଇଆର୍ ଦାଏର କରିଛନ୍ତି । ଏପରିକି ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇ ଥିବା ନେଇ ସେ ଅଭିଯୋଗ ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ ।

Leave A Reply

Your email address will not be published.