Latest Odisha News

BREAKING NEWS

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଜଟଣୀରେ ରାସ୍ତା ଅବରୋଧ

ଜଟଣୀ: ଜଣଣୀର ଗୋପବନ୍ଧୁ ନଗର ଅନ୍ତର୍ଗତ ମୁଣ୍ଡିଆସାହିଠାରେ ଜଣେ ୬ ବର୍ଷର ନାବାଳିକାକୁ ଜଣେ ଯୁବକ ଦୁଷ୍କମ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାର ବିକ୍ଷୋଭ ପ୍ରଦର୍ଶନ କରି ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଜଟଣୀ ଥାନା ନିକଟ ରାସ୍ତାକୁ ଅବରୋଧ କରାହୋଇଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଗୁରୁବାର ରାତିରେ ଜଣେ ପଡ଼ୋଶୀ ଯୁବକ ଦ୍ୱାରା ୬ ବର୍ଷର ବାଳିକା ଦୁଷ୍କର୍ମର ଶୀକାର ହେବା ପରେ ଅଭିଯୁକ୍ତ ଜଣକ ତାକୁ ହତ୍ୟା କରିଥିବା ସୂଚନା ମିଳିଛି । ସ୍ଥାନୀୟ ବାସିନ୍ଦା ସନ୍ଦେହରେ ଅଭିଯୁକ୍ତ ଯୁବକକୁ ଧରି ନିସ୍ତୁକ ମାଡ଼ ମାରିଛନ୍ତି ।

ନିସ୍ତୁକ ମାଡ଼ ଖାଇବାପରେ ଯୁବକ ଜଣକ ଲହୁ ଲୁହାଣ ହେବା ପରେ ତା’ର ଅବସ୍ଥା ଗୁରୁତର ହୋଇପଡ଼ିଛି । ପୋଲିସ ଉତ୍ତେଜିତ ଜନସାଧାରଣଙ୍କ କବଳରୁ ଯୁବକକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ପଠାଇ ଦେଇଛି ।

ଏବେ ଅଭିଯୁକ୍ତ ଯୁବକ ଜଣକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.