Latest Odisha News

BREAKING NEWS

ରାସ୍ତାକଡ଼ରେ ଗରିବଙ୍କ ପାଇଁ ଖୋଲିଛି ପସରା: ରହିଛି ଭଳିକି ଭଳି ଖାଦ୍ୟ ସାମଗ୍ରୀ

ଯାଜପୁର: ରାସ୍ତା କଡରେ ଲାଗିଛି ଭଳିକି ଭଳି ଖାଦ୍ୟ ସାମଗ୍ରୀର ଷ୍ଟଲ । ଆଉ ଏହି ଷ୍ଟଲ ରୁ ମନପସନ୍ଦ ଅନୁସାରେ ନିଜ ହାତରେ ଖାଦ୍ୟ ସାମଗ୍ରୀ ନେଉଛନ୍ତି ଦିବ୍ୟାଙ୍ଗ, ଭିକ୍ଷୁକ ଓ ବେଶାହାରା ଲୋକେ । ତାହା ପୁଣି ସମ୍ପୁର୍ଣ୍ଣ ମାଗଣାରେ ।

ଏଭଳି ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ଅଂଚଳରେ । ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ଏବ ଲକଡାଉନରେ । ଏଭଳି ପରିସ୍ଥିତିରେ ନାନା ସମସ୍ୟା ଭୋଗ କରୁଛନ୍ତି ଗରିବ ଶ୍ରେଣୀର ଲୋକେ । କାମଧନ୍ଦା ବନ୍ଦ ଥିବାରୁ ପେଟକୁ ୨ ଓଳି ୨ ମୁଠା ଦାନା ଯୋଗାଡ କରିବା ଅନେକଙ୍କ ପାଇଁ କଷ୍ଟକର ହୋଇପଡିଛି । ତେବେ ଏଭଳି ଲୋକଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ‘କ୍ଲବ ଦି ୟୁଥ୍ ମାସ୍ ନାମକ ସ୍ବେଚ୍ଛାସେବୀ ସଙ୍ଗଠନ’ ।

ବ୍ୟାସନଗର ପୌରାଞ୍ଚଳରେ ଥିବା ବସ୍ତି ଓ ସାହିରେ ଲୋକେ କାମଧନ୍ଦା ହରାଇ ଭୋକ ଉପାସରେ ଦିନ କାଟୁଛନ୍ତି । ତେବେ ଏଭଳି ସ୍ଥିତିରେ କ୍ଲବ ଦି ୟୁଥ୍ ମାସ୍ ସଙ୍ଗଠନର ସଦସ୍ୟ ମାନେ ପହଞ୍ଚି ଏହି ଲୋକ ମାନଙ୍କୁ ବିଭିନ୍ନ ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି ।

ଭିନ୍ନ ଉପାୟରେ ରାସ୍ତା କଡରେ ଷ୍ଟଲ ଖୋଲି ଚାଉଳ, ଡାଲି, ଆଳୁ ପିଆଜ, ତେଲ, ଚୁଡ଼ା, ଚିନି, ବିସ୍କୁଟ ଓ ବିଭିନ୍ନ ପନିପରିବା ରଖିଛନ୍ତି । ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା କରି ନିଜେ ଆସି ଷ୍ଟଲ ରୁ ଖାଦ୍ୟ ସାମଗ୍ରୀ ନେଉଛନ୍ତି । ଏହି ଲୋକମାନଙ୍କ ମଧ୍ୟରେ ସାମିଲ ଥିଲେ ଭିନ୍ନକ୍ଷମ, ଭିକ୍ଷୁକ, ଅସହାୟ ଓ ଦିନମଜୁରିଆ । ତେବେ ଏଭଳି ଲୋକଙ୍କୁ ସହାୟତା କରି ବେଶ ଉତ୍ସାହିତ କ୍ଲବ ଦି ୟୁଥ୍ ମାସ୍ ସଙ୍ଗଠନର କର୍ମକର୍ତ୍ତା।

Leave A Reply

Your email address will not be published.