Latest Odisha News

BREAKING NEWS

ଟିମ୍ ଇଣ୍ଡିଆକୁ ଝଟକା : ଦିନିକିଆ, ଟେଷ୍ଟ ସିରିଜରୁ ଓହରିଲେ ରୋହିତ

ହାମିଲଟନ : ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଉପଅଧିନାୟକ ରୋହିତ ଶର୍ମାଙ୍କ ଆଘାତ ସମସ୍ୟା ଟିମ୍ ଇଣ୍ଡିଆ ପାଇଁ ଝଟକା ସଦୃଶ ହୋଇଛି । ଟି୨୦ ସିରିଜର ଅନ୍ତିମ ମ୍ୟାଚରେ ରୋହିତ ଆଘାତପ୍ରାପ୍ତ ହୋଇଥିଲେ ।

ମେଡିକାଲ ଟିମ୍ ଅନୁଧ୍ୟାନ କରିବା ପରେ ରୋହିତଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଫଳରେ ସେ ୫ ଫେବୃୟାରୀରୁ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରୁ ଓହରି ଯାଇଛନ୍ତି । ରିପୋର୍ଟ ମୁତାବକ ଏହା ପରେ ଖେଳାଯିବାକୁ ଥିବା ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ମଧ୍ୟ ସେ ଟିମର ଅଂଶବିଶେଷ ହୋଇପାରିବେ ନାହିଁ ।

ରବିବାର ଭାରତ ଟି୨୦ରେ ନ୍ୟୁଜିଲାଣ୍ଡକୁ ୫-୦ରେ ପରାସ୍ତ କର ଐତିହାସିକ ସିରିଜ ବିଜୟ ହାସଲ କରିଥିଲା ।

Leave A Reply

Your email address will not be published.