Latest Odisha News

ଟିକଟକକୁ ଟକ୍କର ଦେଉଛି ରୋପୋସୋ, ଗୋଟିଏ ଦିନରେ ରେକର୍ଡ ଡାଉନଲୋଡ୍

ଟିକଟକ୍ ବ୍ୟାନ ପରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଜବରଦସ୍ତ ହିଟ୍ ହେବାରେ ଲାଗିଛି ଭିଡିଓ ସେୟାରିଂ ଆପ୍ ରୋପୋସୋ । ଗତକାଲି ସୁଦ୍ଧା ୪୮ ଲକ୍ଷରୁ ଅଧିକ ୟୁଜର୍ସ ଡାଉନଲୋଡ୍ କରି ସାରିଛନ୍ତି । ଆଶା କରାଯାଉଛି ଦିନେ ଦୁଇ ଦିନ ଭିତରେ କୋଟିଏ ନୂଆ ୟୁଜର୍ସ ସାମିଲ ହେବେ ।

ଭିଡିଓ ସେୟାରିଂ ଆପ୍ ରୋପୋସୋର ଡିମାଣ୍ଡ ଗତ କିଛି ଦିନ ଭିତରେ ଦଶ ଗୁଣା ଅଧିକ ବଢ଼ିଛି । ଏହାର ମୂଳ କାରଣ ହେଉଛି ଭାରତ ଚାଇନା ଆପକୁ ନିଷିଦ୍ଧ ଘୋଷଣା କରିବା । ରୋପୋସୋର ପ୍ରତିଷ୍ଠାତା କହିଛନ୍ତି, ଏବେ ଡିଜିଟାଲ୍ ଆତ୍ମନିର୍ଭରଶୀଳ ହେବାର ସମୟ ଆସିଛି ।

୫୯ଟି ଚାଇନ୍ ଆପ ଉପରେ କେନ୍ଦ୍ର ସରକାର ବ୍ୟାନ ଲଗାଇଛନ୍ତି । ଟିକଟକ୍, ସେୟାରଇଟ୍, କ୍ୟାମ ସ୍କାନର, ୟୁସି ନ୍ୟୁଜ୍, ଓ୍ୱି-ଚାଟ୍, ହ୍ୟାଲୋ, ବିଗୋ ଲାଇଭ୍, ଭିଗୋ ଭିଡିଓ ଭଳି ଆପକୁ ଭାରତୀୟ ମୋବାଇଲ୍ ଉପଭୋକ୍ତା ଅନଇନଷ୍ଟଲ୍ କରୁଛନ୍ତି । ବଢୁଛି ଦେଶୀ ଆପର ଡିମାଣ୍ଡ ବଢ଼ିଛି । ରୋପୋସୋ ସହ ଦେଶୀ ଆପ୍ ଚିଙ୍ଗାରୀକୁ ବି ଲକ୍ଷ ଲକ୍ଷ ୟୁଜର୍ସ ଡାଉନଲୋଡ୍ କରୁଛନ୍ତି ।

Leave A Reply

Your email address will not be published.