Latest Odisha News

BREAKING NEWS

ପୁରୀ ଶ୍ରୀମନ୍ଦିର ଚାରିପାଖରେ ଲାଗିଲା ୪ଟି ଷ୍ଟାଣ୍ଡିଂ ସାନିଟାଇଜର୍ ମେସିନ୍‌

ପୁରୀ: ‘ରୋଟାରୀ କ୍ଲବ ଅଫ୍ ଶ୍ରୀଜଗନ୍ନାଥଧାମ’ ତରଫରୁ ଆଜି ଶ୍ରୀଜଗନ୍ନାଥ ମନ୍ଦିର ଚାରି ଦ୍ବାରରେ ୪ ଗୋଟି ଷ୍ଟାଣ୍ଡିଙ୍ଗ ସାନିଟାଇଜର ଯନ୍ତ୍ର ଯୋଗାଇ ଦିଆଯାଇଛି।

ମନ୍ଦିର ଭିତରକୁ ଯିବାବେଳେ ବିନା ସ୍ପର୍ଶ ରେ ହାତରେ ସାନିଟାଇଜର ଲଗାଇବାର ସୁବିଧା କରାଯାଇଅଛି।

ଅଧିକ ପଢନ୍ତୁ: ସ୍ନାନଯାତ୍ରା: ୧୦ଟି ନିଯୋଗ କରିବେ ନୀତି, ଟେଷ୍ଟ୍ ଲାଗି ୭୫ ସେବକଙ୍କଠୁଁ ସ୍ୱାବ୍ ସଂଗ୍ରହ

ଏ ଅବସରରେ କ୍ଲବ ସଭାପତି ରୋ.ପ୍ରଦୀପ କୁମାର ନାୟକ,ପ୍ରାକ୍ତନ ସଭାପତି ସୌମେନ୍ଦ୍ର ମୁଦଲି, ରବି ସାହୁ,ରୋ. ରବି ପୂଜାପଣ୍ତା,ରୋ. ଲକ୍ଷ୍ମୀଧର ଖୁଣ୍ଟିଆ ଏବଂ ଯୁବ ରୋଟାରୀ ସଦସ୍ୟସମେତ ମନ୍ଦିର କମାଣ୍ତର ଶ୍ରୀ ରବି ମିଶ୍ର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କ ସହ କେତେକ ମନ୍ଦିର କର୍ମଚାରୀ ଉପସ୍ଥିତ ଥିଲେ।

ଉପସ୍ଥିତ ସମସ୍ତଙ୍କୁ ସୁନାଥାଳି ରାଜଭୋଗ ଖେଚେଡି ମହାପ୍ରସାଦ ବଣ୍ଟନ କରାଯାଇ ଆଶ୍ରିବାଦ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.