Latest Odisha News

BREAKING NEWS

ରେଳବାଇ ସୁରକ୍ଷା ବଳ ପକ୍ଷରୁ ଯାତ୍ରୀ ମାନଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନଂ

ଭୁବନେଶ୍ୱର: ରେଳଯାତ୍ରୀ ଓ ରେଳ ବ୍ୟବହାରକାରୀ ମାନଙ୍କ ସଚେତନତା ପାଇଁ ରେଳବାଇ ଷ୍ଟାଡିୟମ ଠାରେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳ (ଆରପିଏଫ) ପକ୍ଷରୁ ସ୍ୱତନ୍ତ୍ର ସଚେତନତା ଓ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଅଛି।

ଯେଉଁଥିରେ ହେଲ୍ପ ଲାଇନ ନମ୍ବର-୧୮୨ ସହିତ ସ୍ୱତନ୍ତ୍ର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସମ୍ବନ୍ଧରେ ଅବଗତ ହେବାପାଇଁ ସ୍ୱତନ୍ତ୍ର ସଚେତନତା ପ୍ରଦର୍ଶନୀ କରାଯାଇଥିଲା ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଏହି ସ୍ୱତନ୍ତ୍ର ପ୍ରଦର୍ଶନୀକୁ ରେଳପଥର ପ୍ରମୁଖ ସୁରକ୍ଷା ଆୟୁକ୍ତ ରାଜାରାମଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ।

ଟ୍ରେନରେ ଯାତ୍ରା କରୁଥିବା ସମୟରେ କିମ୍ବା ରେଳବାଇ ପରିସର ମଧ୍ୟରେ ଯାତ୍ରୀ କିମ୍ବା ରେଳବ୍ୟବହାରକାରୀ ମାନେ ଯଦି କୌଣସି ବିସ୍ଫୋରକ ସାମଗ୍ରୀ କିମ୍ବା ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ କୁ ଦେଖନ୍ତି, ତାହେଲେ ତୁରନ୍ତ ରେଳବାଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବାପାଇଁ ଏହି ସ୍ୱତନ୍ତ୍ର ସଚେତନତା ଓ ପ୍ରଦର୍ଶନୀର ଲକ୍ଷ୍ୟ ଅଟେ ଯାହାଦ୍ୱାରା ବହୁମୂଲ୍ୟ ଜୀବନ ଓ ଜାତୀୟ ସମ୍ପତ୍ତିର ସୁରକ୍ଷା କରାଯାଇ ପାରିବ।

ଏହାସହିତ ଯାତ୍ରୀମାନେ ସେମାନଙ୍କର ଯାତ୍ରା ସମୟରେ ଯଦି ସୁରକ୍ଷା ଓ ନିରାପତ୍ତା ସମ୍ବନ୍ଧୀୟ କୌଣସି ଆଶଙ୍କା କିମ୍ବା ଘଟଣା କୁ ସାମ୍ନା କରୁଥାନ୍ତି କିମ୍ବା କାହାଦ୍ୱାରା ହଇରାଣ ହେଉଛନ୍ତି, ତାହେଲେ ତୁରନ୍ତ ଅଭିଯୋଗ ଓ ସମାଧାନ କିମ୍ବା ନିରାକରଣ ପାଇଁ ହେଲ୍ପ ଲାଇନ ନମ୍ବର-୧୮୨ ରେ ଅଭିଯୋଗ କରିପାରିବେ ଯାହା ଫଳରେ ରେଳବାଇ ପ୍ରଶାସନ ପକ୍ଷରୁ ଶୀଘ୍ର ପଦକ୍ଷେପ ନିଆଯାଇପାରିବ।

Leave A Reply

Your email address will not be published.