Latest Odisha News

BREAKING NEWS

ବଡଦାଣ୍ଡ ମୋତେ ମନା ରେ କାଳିଆ…

ବଡଦାଣ୍ଡ ମୋତେ ମନା ରେ କାଳିଆ…

ସନ୍ତୋଷ କୁମାର ମିଶ୍ର

ବଡଦାଣ୍ଡ ମୋତେ ମନା ରେ କାଳିଆ
ବଡ଼ଦାଣ୍ଡ ମୋତେ ମନା
ମନ ବଡ଼ଦାଣ୍ଡ ଖୋଲି ମୁଁ ଦେଇଛି
ହୃଦୟେ ବସିବୁ ଆ.. ରେ କାଳିଆ
ହୃଦୟେ ବସିବୁ ଆ….(0)
ପହଣ୍ଡି ବିଜେ ରେ ସେବାୟତ ମେଳେ
ଆସିଲୁ ତୁ ଗୁଣ୍ଡିଚା କୁ
ଟାହିଆ ହଲେଇ ଝୁଲି ଝୁଲି ଆସୁ
ନନ୍ଦିଘୋଷେ ବସିବାକୁ
ପତିତପାବନ ବୋଲାଇଲୁ ସିନା
ପତିତ ଦର୍ଶନ ମନା
ମନ ବଡ଼ଦାଣ୍ଡ ଖୋଲି ମୁଁ ଦେଇଛି
ହୃଦୟେ ବସିବୁ ଆ.. ରେ କାଳିଆ
ହୃଦୟେ ବସିବୁ ଆ….(୧)
ଗୁଣ୍ଡିଚା ମନ୍ଦିରେ ପାରିବିନି ଦେଖି
ଦେଉଳକୁ ଯିବା ମନା
ତୋ ବାହୁଡା ଯାତ ଆଉ ସୁନାବେଶ
ଏସନ ଦେଖିବା ମନା
ଭକତ ବାନ୍ଧବ ବୋଲାଇଲୁ ସିନା
ଭକତକୁ ଯିବା ମନା
ମନ ବଡ଼ଦାଣ୍ଡ ଖୋଲି ମୁଁ ଦେଇଛି
ହୃଦୟେ ବସିବୁ ଆ.. ରେ କାଳିଆ
ହୃଦୟେ ବସିବୁ ଆ….(୨)
————————————-
ଆଇନଜୀବୀ, ଭବାନୀପାଟଣା
ଦୁରଭାଷ- ୯୪୩୮୨୬୩୪୬୪
Leave A Reply

Your email address will not be published.