Latest Odisha News

BREAKING NEWS

ବାଟବଣା…

ବାଟବଣା…

ଜୟ ଜଗନ୍ନାଥ ମଲ୍ଲିକ

ଦୁଃଖକୁ ପାଶୋରି ତୁମ ହାତ ଧରି
ଚାଲିଥିଲି ଯେତେ ବାଟ,
ଅଳପ ସୁଖର ସଂସାର ଗଢିକି
ଛାଡ଼ିଦେଲୁ ମୋର ହାତ ।

ମୋ ଚଲାପଥେ ଚାଲୁଥିଲି ମୁହିଁ
ମୋ ଜୀବନ ଚାଖି ଏକା,
ଆସିଲୁ ଅଧାରୁ ହାତ ଧରିବାକୁ
ସପନରେ ହେଇ ଦେଖା ।

ପ୍ରେମ ବରାଦରେ ସୁଖ ଖୋଜିବାକୁ
ବସିଗଲୁ ମୋର ମିତ,
ଦୁଃଖକୁ ପାଶୋରୀ… ।

ସେଇ ସୁଖ ଦିନେ ସପନ ମୁହାଣେ
ହେଇଗଲା ବାଟବଣା,
ଖୋଜିବା ଆଳରେ ନିଜେ ହଜିଗଲି
ସହି ଯେତେ ଦୁର୍ଘଟଣା ।

ଏତେ କଥା ରଖି ମନରେ ତୋହର
କହିଲୁନି ଟିକେ ସତ,
ଦୁଃଖକୁ ପାଶୋରୀ… ।
——————–
ଗୋପବନ୍ଧୁପୁର, ଗେଲପୁର, ଭଦ୍ରକ
ମୋ – ୯୪୩୮୬୭୮୪୦୪
Leave A Reply

Your email address will not be published.