ଜୀବନ୍ୟାସ…

ଜୀବନ୍ୟାସ

ସୁଶିର କୁମାର ସ୍ଵାଇଁ

ପ୍ରେମ –
ଏକ ଅଷାଢ଼ୁଆ ବର୍ଷା ଟୋପା ପାଣି
କେତେବେଳେ ଦେହକୁ ଭିଯାଏ
ପୁଣି କେତେବେଳେ ଭିଜାଏ ମନକୁ
ଛପି ଛପି କାବୁ କରିଦିଏ
ସାରା ଦେହ ଆଉ ମନ ।

ପ୍ରେମିକ ମୁଁ କୁଟା ଖିଅଟିଏ
ପ୍ରେମିକାର ଉଜାଣି ନଈରେ,
ସରିନାହିଁ ସନ୍ତରଣ ଏପର୍ଯ୍ୟନ୍ତ
ତା ସୁଦୀର୍ଘ ଦେହରେ ।
ଚୁଲୁବୁଲି ପ୍ରେମିକା ବି ମନା କରୁନାହିଁ
ଚାଲିଯାଅ-
ଦୁଷ୍ଟ ତୁମେ ବୋଲି…
ମୁଁ ଅବା ଆସନ୍ତି କେମିତି?
ଛାଡ଼ି ଦେଇ ମିଠା ଅନୁଭୂତି ।

ସେ ଯେ ଚୁପ୍‌ଚାପ
ଏକ ନୀରିହା ତରୁଣୀ,
ଢ଼ଳ ଢ଼ଳ ଆଖି ସତେ ପାଗଳ ନାଗୁଣୀ,
ଫଣା ଟେକି ମାରିବାକୁ ଚୋଟ
କରିଛି ପ୍ରସ୍ତୁତି
ନିର୍ବାଣର ଆଶାନେଇ ସେ ଚୋଟରେ
ମୁଁ ମରିବାର ନିର୍ଣ୍ଣୟ ସାରିଛି ।

ସେ ଚୋଟରେ, ବିଷ ଥାଉବା ଅମୃତ
ପାଗଳ ମୁଁ ମରିବାକୁ ଦହନ ଜ୍ୱାଳାରେ,
ପିନ୍ଧିବାକୁ ମାଳାଟିଏ
ପ୍ରେମର ଗଳାରେ ।

ତା ପାପୁଲିର ନରମ ଛୁଆଁରୁ
ମୁକ୍ତି ପାଇଗଲା ପରେ
ମୁଁ ନିର୍ବାଣ ପାଇବି ଏବଂ ଶବଟିଏ ହେବି
ସେ ଲଜ୍ଜ୍ୟାବତି ହେବ
ମୁଁ ଭୂଲି ଯାଉଥିବି; ସେ ଭଲ ପାଉଥିବ ।

ପ୍ରେମ ପୁଣି ସଂଚରି ଉଠିବ
ତାର ସ୍ନିଗ୍ଧ କୃଷ୍ଣ କବରୀର ବାସ୍ନା
ଯେବେ ଜୀବନ୍ୟାସ ଦେବ ।
– – –

ବ୍ୟକ୍ତିଗତ ସହାୟକ
ରାଜ୍ୟପାଳ ଆନ୍ଧ୍ରପ୍ରଦେଶ
Email : [email protected]
Mob-୯୧+୯୦୪୦୮୯୪୪୦୦

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.