Latest Odisha News

BREAKING NEWS

ଭିଜୁଛି ବର୍ଷାରେ, ତମ ସ୍ମୃତିରେ…

ଭିଜୁଛି ବର୍ଷାରେ, ତମ ସ୍ମୃତିରେ…

ଅନୁପ ରଂଜନ ଧନୀ

କେବେ ତୁମେ ସପ୍ତରଙ୍ଗୀ ଇନ୍ଦ୍ରଧନୁ ପରି ଅବର୍ଣ୍ଣନୀୟ,
ତ କେବେ ପୁଣି, ପ୍ରିୟା ବିରହର ବୁକୁ ଚିରା ଲୁହ।

କେବେ ତୁମେ ଶୁଷ୍କ ଧରା ସବୁଜିମାର ହସ,
ତ କେବେ ପୁଣି, ସବୁ କିଛି ପାଇଯିବାର ଗାଢ଼ା ବିଶ୍ବାସ।

କେବେ ତୁମେ ବନ୍ୟା ରୂପୀ ବିଭୀଷିକା,
ତ କେବେ ପୁଣି, କୃଷକ ପାଇଁ ଖୁସିର ନିଶା।

କେବେ ତୁମେ ଆଶା ଖୁସିର ଲହରୀ ହୋଇ,
ତ କେବେ ପୁଣି ବିଷାଦକୁ ଯାଅ ଧୋଇ ଦେଇ

କେବେ ତୁମେ ଭରି ଦିଅ, ଜୀବନେ ଇନ୍ଦ୍ର ଧନୁ ରଙ୍ଗ।
ତ କେବେ ପୁଣି ସବୁ ଭସେଇ କରିଦିଅ ଅସହାୟ ନିସଙ୍ଗ।

କେବେ ତୁମେ ମୟୁରୀର ମନ ଲୋଭା ନାଚ,
ତ କେବେ ପୁଣି ଚାତକର ତ୍ରାଣକର୍ତ୍ତା ସାଜ।

ବର୍ଷା –
ତୁମେ କିନ୍ତୁ ମୋ ପାଇଁ ସବୁଠୁ ନିଆରା,
ତୁମେ ଆସିଲେ ଝୁମି ଉଠେ ପ୍ରିୟା ମୋର,
ତାକୁ ଦେଖୀ ମୋ ମନେ ପ୍ଲାବିତ ହୁଏ ଖୁସିର ଫୁଆରା।

ବର୍ଷା –
କେବେ ତୁମେ ସପ୍ତରଙ୍ଗୀ ଇନ୍ଦ୍ରଧନୁ ପରି ଅବର୍ଣ୍ଣନୀୟ,
ତ କେବେ ପୁଣି, ପ୍ରିୟାର ବୁକୁ ଚିରା ଲୁହ।

—————————–

କଲ୍ୟାଣୀ ନଗର, ଭଦ୍ରକ- ୭୫୬୧୦୦ ମୋ- ୭୬୮୩୯୬୨୦୦୧

Leave A Reply

Your email address will not be published.