Latest Odisha News

BREAKING NEWS

କେମିତି ପାଇବି ପ୍ରଭୁ ଦର୍ଶନ…

କେମିତି ପାଇବି ପ୍ରଭୁ ଦର୍ଶନ…

ସନ୍ତୋଷ ମିଶ୍ର

ଝିପିଝିପି ବରଷାରେ ରଥ ମୁଁ ଭିଡ଼ିବି,
ଭାବିଥିଲି ବାହୁଡାକୁ ଶ୍ରୀକ୍ଷେତ୍ରକୁ ଯିବି,
ନନ୍ଦିଘୋଷେ ବସିଥିବ ମୋ ଚକାନାୟନ,
ହେଲେ ଆଜି ସବୁକିଛି ମୋ ପାଇଁ ସପନ,
କେମିତି ପାଇବି ପ୍ରଭୁ ଦରଶନ …(୦)
ମେଘ ଆସେ ବର୍ଷା ନେଇ ଭିଜେ ବଡଦାଣ୍ଡ,
ରଥ ଭିଡ଼ିବାକୁ ଏଠି ସେବାୟତ ରୁଣ୍ଡ,
ବାହୁଡ଼ିବ ମୋ କାଳିଆ ଶିରିମନ୍ଦିରକୁ,
ଦରଶନ ଯୋଗ ନାହିଁ ଏବେ ଭକତକୁ,
ଦେଖିବାକୁ କାଳିଆକୁ ବ୍ୟାକୁଳ ମୋ ମନ,
ହେଲେ ଆଜି ସବୁକିଛି ମୋ ପାଇଁ ସପନ,
କେମିତି ପାଇବି ପ୍ରଭୁ ଦରଶନ …(୧)
ଚାଲିଗଲେ ସାଲବେଗ ଦାସିଆ ବାଉରୀ,
ବଳରାମ ଦାସ ସଙ୍ଗେ କିଏ ହେବ ସରି,
ଭକତଙ୍କ ଭକ୍ତି ଅଛି, ସଙ୍ଗେ ଅହଂ ଭାବ,
ଗରବ ଗଞ୍ଜନ ପ୍ରଭୁ ଅଟନ୍ତି ମାଧବ,
ନୟନରେ ଦେଖିଦେଲେ ହୋଇବି ମୁଁ ଧନ୍ୟ,
ହେଲେ ଆଜି ସବୁକିଛି ମୋ ପାଇଁ ସପନ,
କେମିତି ପାଇବି ପ୍ରଭୁ ଦରଶନ …(୨)
———————————-
ଆଇନଜୀବୀ, ଭବାନୀପାଟଣା
ଦୁରଭାଷ- ୯୪୩୮୨୬୩୪୬୪
Leave A Reply

Your email address will not be published.