Latest Odisha News

BREAKING NEWS

ଲକଡାଉନରେ ସଚିନଙ୍କ ଚୁଟି କାଟିବା ପ୍ରଂଶସକଙ୍କୁ ପସନ୍ଦ ଆସୁଛି

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟଠାରୁ ଦୂରେଇ ରହିଥିଲେ ମଧ୍ୟ ପ୍ରଶଂସକ ତାଙ୍କୁ ଏବେ ବି ଭଲ ପାଉଛନ୍ତି । କରୋନା ଭାଇରସ ଯୋଗୁ ସାରା ଦେଶରେ ଲକଡାଉନ କରାଯାଇଛି । ସଚିନ ମଧ୍ୟ ସରକାରଙ୍କ ଏହି ନିୟମକୁ ଗୁରୁତ୍ୱ ସହକାରେ ପାଳନ କରୁଛନ୍ତି । ଏହି ଅବସରରେ ସେ ନିଜେ ଚୁଟି କାଟୁଥିବା ଫଟୋ ସୋସିଆଲ ସାଇଟରେ ଶେୟାର କରିଛନ୍ତି ।

ଏଥିରେ ସେ ସ୍କ୍ୱାୟର କଟରୁ ହେୟାର କଟ କ୍ୟାପଶନ ଲେଖିଛନ୍ତି । ପ୍ରଶଂସକମାନେ କିଭଳି ଏହି ସୁଯୋଗକୁ ହାତ ଛଡା କରନ୍ତି । ତାଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରି ହଜାର ହଜାର ମେସେଜ ତାଙ୍କ ନିକଟକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ ହାସଲ କରିଥିବା ସଚିନ ପ୍ରଶଂସକଙ୍କୁ ଏଥିନେଇ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.