Latest Odisha News

ଚେନ ଲୁଟେରାଙ୍କୁ କାବୁ କରିଥିବା ସାହସୀ ବାଳକକୁ ପୁରସ୍କୃତ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: କମିଶନରେଟ ପୋଲିସ ସତ୍ୟଜିତ ମହାନ୍ତି ଶୁକ୍ରବାର ଦିନ ଭୁବନେଶ୍ୱରରେ ଏକ ବାଳକର ସାହାସିକତା ପାଇଁ ତାକୁ ପୁରସ୍କୃତ କରିଛନ୍ତି ।

ପିଲାଟିର ନାଁ ସୁବ୍ରତ ଓଝା । ସୁବ୍ରତ ଅଗଷ୍ଟ ୧୪ ତାରିଖ ଦିନ ତାଙ୍କ ମାଆଙ୍କ ସହ ମଞ୍ଚେଶ୍ୱର ଅଞ୍ଚଳରେ ଏକ ଅଟୋରେ ଯାଉଥିଲେ । ଏହି ସମୟରେ ୩ ଜଣ ଦୁର୍ବୁତ୍ତ ମଟର ସାଇକେଲରେ ଆସି ଅଟୋରେ ବସିଥିବା ସୁବ୍ରତଙ୍କ ମାଆଙ୍କ ବେକରୁ ସୁନା ଚେନ ଝିଙ୍କି ନେଇ ପଳାଉଥିଲେ ।

ସୁବ୍ରତ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଅତି ସାହାସିକତାର ସହ ଅଟୋରୁ ଡେଇଁପଡି ମଟର ସାଇକେଲର ପିଛା କରିଥିଲେ । ମଟର ସାଇକେଲ ପଛରେ ବସିଥିବା ବ୍ୟକ୍ତି ୨ ଜଣଙ୍କୁ ଘୋଷାଡି ତଳେ ପକାଇ ଦେଇଥିବା ବେଳେ ଆଉ ଜଣେ ଖସି ପଳାଇ ଥିଲା ।

ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ମଧ୍ୟ ସୁବ୍ରତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ସେହି ସ୍ଥାନରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ଏହିସବୁ ଦୃଶ୍ୟ ରେକର୍ଡ ହୋଇଛି ।

ନିଜ ଟ୍ୱିଟରର ଅଫିସିଆଲ ହାଣ୍ଡେଲରେ କମିଶନରେଟ ପୋଲିସ ସୁବ୍ରତଙ୍କ ଏହି ଅଦମ୍ୟ ସାହାସିକତାକୁ ସାବାସୀ ଦେଇ କହିଛନ୍ତି ଯେ, “ତୁମର ଏହି ବିରତ୍ୱ ନିଶ୍ଚୟ ପ୍ରଶଂସାର ଯୋଗ୍ୟ, ଏବଂ ତୁମେ ଆଜିର ଯୁବପିଢୀ ପାଇଁ ଏକ ଉଦାହରଣ ମଧ୍ୟ” ।

Leave A Reply

Your email address will not be published.