Latest Odisha News

BREAKING NEWS

କିଏ ସିଏ?

କିଏ ସିଏ?

ସୋନାଲି ପଣ୍ଡା

କିଏ ସିଏ?
କାହାର ଏ ମୁହଁ
ଅଧାଗଢ଼ା; ଅଧାଭଙ୍ଗା ଦର୍ପଣରେ ଦିଶେ
କାହାର ଏ ସ୍ୱର
ଛଳ ଛଳ ଓଠ ତଳେ ମେଘରଙ୍ଗ ଭାସେ
କାହାର ଏ ଆଖି
ଆଖି ନୁହେଁ, ଆଖି ପରି ଚିତ୍ର ହଳେ ଲାଗେ
କାହାର ଏ ପାଦ
ରୁଣୁଝୁଣୁ ପାଉଁଜିରେ ଜୀବନକୁ ଭୋଗେ

କାହାର ଏ ସ୍ୱପ୍ନ; ସ୍ୱପ୍ନ ନୁହେଁ
ଅଧା ଲେଖା ଚିଠି କଣେ ନର୍କର ଠିକଣା
କାହାର ଏ ଲୁହ; ଲୁହ ନୁହେଁ
ଛାତି ତଳେ, ଛାତି ତଳେ ଦରଜ ପୁରୁଣା

କିଏ ସିଏ?
କାହା ହସ, ହସ ନୁହେଁ ଅଟ୍ଟହାସ୍ୟ ଲାଗେ
କିଏ ସିଏ?
କାହା କାନ୍ଦ, ମୋ ପରି ହଁ ମୋ ପରି ଶୁଭେ
କିଏ ସିଏ?
ଅନ୍ଧାରରେ ଲୁଚିଲୁଚି ଜହ୍ନକୁ ଦେଖୁଛି
କିଏ ସିଏ?
ଆଲୁଅରେ, ଆଲୁଅରେ ତାରାକୁ ଖୋଜୁଛି

କାହା ଆଖି,
କାହା ଆଖି ଚଷମାରେ ଲୁଚାଏ ନିଜକୁ
କାହା ମନ,
ଡରୁଥାଏ ଆଖି ଖୋଲି ପ୍ରେମ କରିବାକୁ

କାହା ପ୍ରେମ; ପାପ ପରି
ପୁଣ୍ୟ ପୁଣ୍ୟ ସ୍ୱପ୍ନ ଖାଲି ଦେଖେ
କାହା ପୁଣ୍ୟ; ସ୍ୱପ୍ନ ପରି
ଫି ଦିନ ପାପ ଗଳ୍ପ ଲେଖେ

କିଏ ସିଏ?
କାହା ପାଇଁ ଏତିକିରେ ଫେରିବାର ଅଛି?
କିଏ ସେଇ ବାଟ?
କାହା ପାଖେ ଆଜୀବନ ଠିକଣା ହଜିଛି?

……………………………………
କେନ୍ଦ୍ରୀୟ ବିଦ୍ୟାଳୟ, ପୁରୀ
ଦୂରଭାଷ – ୯୩୪୮୮୬୯୪୪୬

Leave A Reply

Your email address will not be published.