Latest Odisha News

BREAKING NEWS

ମୁଁ

ମୁଁ

ସୁମିତ୍ ପଣ୍ଡା

ପ୍ରେମ ପାଇଁ ଦୁନିଆ ଅଣ୍ଡାଳିଲି
ଦୁନିଆ ମିଳିଲା,
ପ୍ରେମ ନୁହେଁ !

ସଉଦା ପାଇଁ ହାଟ କରି ବାହାରିଲି
ଏବେ ନିଜେ ସଉଦା ମୁଁ
ଜୀବନ ହାଟରେ !

ମୁଲାମୁଲି କରିବାକୁ କିଛି ଆସନ୍ତି,
ନିଜ ହିସାବରେ ମତେ
ମୁଖାଟେ ଦିଅନ୍ତି ପିନ୍ଧିବାକୁ
ମୋ ଆଖିରେ ତାଙ୍କ ଦୁନିଆ ଦେଖାନ୍ତି !
ଭାବେ,
ମଲା ମଣିଷଟାକୁ ନେଇ
ଇଏ କଣ୍ଢେଇ ନାଚ !

ରାସ୍ତାକଡ଼ରେ ପଥରଟେ ମୁଁ
ମଣିଷ ଗୋଡ଼ରେ ଆଡେଇଦିଏ !
କୁକୁର ମୁତେ !
ହଁ ଗୋଟେ ପାଗଳ ମୋ ଦେହେ ସିନ୍ଦୂର ନେସି
ମୁଣ୍ଡିଆ ମାରିଯାଏ !

ମୁଁ ହସେ ମୋ ଉପରେ
ଦୁନିଆ ବି ହସେ ମୋ ଉପରେ !
ଯାହା ହଉ
ଏବେ ହସଖୁସିରେ ସଂସାର ଚାଲିଛି !

ମୁଁ କିନ୍ତୁ ମୁଁ ନୁହେଁ !
ମୁଁ ପାଗଳ ବି ନୁହେଁ !

………………………….
ଭୁବନେଶ୍ୱର, ଓଡ଼ିଶା
୯୯୩୭୨୩୮୩୩୬

Leave A Reply

Your email address will not be published.