Latest Odisha News

BREAKING NEWS

ପରୀକ୍ଷଣ ପାଇଁ ପଠାଗଲା ନିଜାମୁଦ୍ଦିନ୍ ଧାର୍ମିକ ସମାବେଶରୁ ଫେରିଥିବା ଯାଜପୁର ବ୍ୟକ୍ତିଙ୍କ ନମୁନା

ଯାଜପୁର: ଦିଲ୍ଲୀର ହଜରତ୍ ନିଜାମୁଦ୍ଦିନ୍‌ରେ ଧାର୍ମିକ ସମାବେଶରେ ଯୋଗଦେଇଥିବା ପ୍ରତିନିଧିଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ବିଂଝାରପୁର ବ୍ଳକର ଏହି ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସଂପୃକ୍ତ ବ୍ୟକ୍ତିଙ୍କ ନମୁନା କୋଭିଡ୍‌୧୯ ପରୀକ୍ଷଣ ପାଇଁ ପଠାଯାଇଥିବାବେଳେ ପରିବାର ସଦସ୍ୟଙ୍କୁ ସତର୍କତା ଅବଲମ୍ବନ କରିବାପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

ଏଥିସହିତ ଭଦ୍ରକ ଓ ଯାଜପୁର ସୀମାବର୍ତ୍ତୀ ଅଞ୍ଚଳରେ ଯାତାୟତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସର୍ଭେଲାନ୍ସ ଟିମ୍‌କୁ ସକ୍ରିୟ କରାଯିବା ସହ କଡା ନଜର ରଖାଯାଇଛି । ପ୍ରାୟ ୨୦୦ ଟେଷ୍ଟିଙ୍ଗ୍ କିଟ୍ ଯାଜପୁର ପହଞ୍ଚିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଦିଲ୍ଲୀର ହଜରତ୍ ନିଜାମୁଦ୍ଦିନ୍‌ରେ ଧାର୍ମିକ ସମାବେଶରେ ଯୋଗଦେଇଥିବା ପ୍ରତିନିଧିଙ୍କ ମଧ୍ୟରୁ ଅନେକ କରୋନା ପଜିଟିଭ୍ ଚିହ୍ନିତ ହେବାପରେ ଦେଶର ବିଭିନ୍ନ ରାଜ୍ୟ ସରକାର ସକ୍ରିୟ ହୋଇଉଠିଛନ୍ତି । ଏହି ସମାବେଶରେ ଯୋଗଦେଇ ଫେରିଥିବା ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଶତାଧିକ ବ୍ୟକ୍ତିଙ୍କ ଚିହ୍ନଟ ଓ ନମୁନା ପରୀକ୍ଷଣ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି ।

Leave A Reply

Your email address will not be published.