Latest Odisha News

BREAKING NEWS

ଭାରତର ବୁଲବୁଲ୍ ସରୋଜିନୀ ନାଇଡ଼ୁଙ୍କ ଆଜି ପୁଣ୍ୟତିଥି, ଜାଣନ୍ତୁ ତାଙ୍କ ଅକୁହା ଜୀବନୀ କଥା

ଭୁବନେଶ୍ୱର: ‘ଦ ନାଇଟିଙ୍ଗେଲ୍ ଅଫ୍ ଇଣ୍ଡିଆ’ ଅବା ଭାରତର ବୁଲବୁଲ୍ ସରୋଜିନୀ ନାଇଡୁଙ୍କ ଆଜି ଶ୍ରାଦ୍ଧବାର୍ଷିକୀ ।

ସେ ଏକାଧାରରେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, କବି ଓ ନେତ୍ରୀ । ଏପରିକି ସରୋଜିନୀ ସ୍ୱାଧୀନ ଭାରତବର୍ଷର ପ୍ରଥମ ମହିଳା ରାଜ୍ୟପାଳ ହୋଇପାରିଥିଲେ ।

ସେ ୧୮୭୯ ମସିହାରେ ଅଘୋରନାଥ ଚଟ୍ଟୋପାଧ୍ୟାୟ ଓ ବରଦା ସୁନ୍ଦରୀ ଦେବୀଙ୍କ କୋଳମଣ୍ଡନ କରିଥିଲେ । ତାଙ୍କ ଜନ୍ମ ଦିନକୁ ସାରା ଭାରତରେ ‘ଜାତୀୟ ମହିଳା ଦିବସ’ ଭାବେ ପାଳନ କରାଯାଇଥାଏ ।

ପିଲାଟି ବେଳୁ ସେ ନିଜ ମା’ଙ୍କ ପରି କବିତା ଲେଖାଲେଖି ଆରମ୍ଭ କରିଥିଲେ । ୧୯୧୨ରେ ତାଙ୍କ ରଚିତ ପ୍ରସିଦ୍ଧ କବିତା ସଙ୍କଳନ ‘ଇନ୍ ଦ ବଜାର ଅଫ୍ ହୈଦରାବାଦ’ ଓ ୧୯୦୫ରେ ପ୍ରଥମ କବିତା ପୁସ୍ତକ ‘ଦ ଗୋଲଡେନ୍ ଥ୍ରେସହୋଲ୍ଡ’ ପ୍ରକାଶିତ ହୋଇଥିଲା ।

ସେ ମାଡ୍ରାସ୍ ବିଶ୍ୱବିଦ୍ୟାଳୟରୁ ମାଟ୍ରିକ୍ ପାସ କରିବା ପରେ ହୈଦରାବାଦର ଷଷ୍ଠ ନିଜାମ ମୀର ମେହବୁବ ଅଲ୍ଲି ଖାନଙ୍କ ଠାରୁ ବୃତ୍ତି ପାଇ ଉଚ୍ଚ ଶିକ୍ଷା ଲାଗି ଲଣ୍ଡନ ଯାଇଥିଲେ ।

ପରେ ୧୯୦୫ ମସିହାରେ ‘ବଙ୍ଗ ଭଙ୍ଗ’କୁ ବିରୋଧ କରି ସରୋଜିନୀ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ଏହାବ୍ୟତିତ ଆଇନ ଅମାନ୍ୟ ଆନ୍ଦୋଳନ ଓ ଭାରତ ଛାଡ ଆନ୍ଦୋଳନ ସମୟରେ ଗିରଫ ହୋଇ ଜେଲ୍ ମଧ୍ୟ ଯାଇଥିଲେ ।

କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ସେ ଭିନ୍ନ ଜାତିରେ ଜନୈକ ଡ. ଗୋବିନ୍ଦରାଜୁଲୁ ନାଇଡୁଙ୍କୁ ପ୍ରେମ ବିବାହ କରିଥିଲେ ।

୧୯୪୯ ମସିହା ମାର୍ଚ୍ଚ ୨୧ ତାରିଖରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ।

Leave A Reply

Your email address will not be published.