Latest Odisha News

BREAKING NEWS

ବୁଲିବାକୁ ଯାଆନ୍ତୁ ଓଡ଼ିଶାର ସ୍କଟଲ୍ୟାଣ୍ଡ

ସ୍କଟଲ୍ୟାଣ୍ଡପୁର ଗାଁ। ଶୁଣିଲେ ମନ ଉତ୍ସାହିତ ହେଇଯାଉଛି ନା। ଅନୁଗୁଳ ଜିଲ୍ଲା ତାଳଚେର ଠାରେ ରହିଛି ଏକ ଗ୍ରାମ । ଯାହାର ନାମ ସ୍କଟଲ୍ୟାଣ୍ଡପୁର ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଓ ଶାନ୍ତ ପରିବେଶ ମନମୁଗ୍ଧ କରିଦିଏ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କର।

ଲୋକକଥା ଅନୁସାରେ ତାଳଚେର ରାଜା ପ୍ରମୋଦ ଚନ୍ଦ୍ର ଦେବ ସ୍କଟଲ୍ୟାଣ୍ଡ ଗସ୍ତରୁ ଫେରିବା ପରେ ଏହି ଗ୍ରାମ ସ୍ଥାପନ କରିଥିଲେ। ତେଣୁ ଏହାର ନାମକରଣ ଏପରି କରାଯାଇଛି ।

କୋଇଲା ନଗରୀ ତାଳଚେର ଠାରୁ ମାତ୍ର ୫ କିଲୋମିଟର ଦୂରରେ ଅବସ୍ଥିତ ସ୍କଟଲ୍ୟାଣ୍ଡପୁର ଗାଁ। ବଣ ପାହାଡ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ଏହି ଗାଁ। ଏଠାରେ ରହିଛି ତାଳଚେର ରାଜାଙ୍କ ରାଜ ପ୍ରସାଦ। ୨୬ ହେକ୍ଟର ପରିମିତ ଜାଗାରେ ଏହି ଗାଁ ଅବସ୍ଥିତ। ଏଠାରେ ପାଖାପାଖି ୩୦ଟି ପରିବାର ବାସ କରନ୍ତି। ଗାଁର ଚାରି ପାଖରେ ରହିଛି ପାହାଡ ପର୍ବତ ଝରଣା ।

ଲୋକକଥା ଅନୁସାରେ ୧୯୮୧ରେ ତାଳଚେର ରାଜା ପ୍ରମାଦ ଚନ୍ଦ୍ର ଦେବ ସ୍କଟଲ୍ୟାଣ୍ଡ ଗସ୍ତ କଲାପରେ ସେଠାକାର ସୌନ୍ଦର୍ଯ୍ୟରେ ଆତ୍ମହରା ହୋଇ ପଡିଥିଲେ । ପରେ ନିଜ ସାମ୍ରାଜ୍ୟକୁ ଫେରି ସ୍କଟଲ୍ୟାଣ୍ଡ ପରି ଏକ ଅଞ୍ଚଳ ତିଆରି କରିବା ପାଇଁ ମନ ବଳାଇଥିଲେ।

ଏହାପରେ ତାଳଚେର ସହର ଠାରୁ ୫କିଲୋମିଟର ଦୂରରେ ଏହି ସ୍କଟଲ୍ୟାଣ୍ଡପୁର ଗାଁକୁ ସ୍ଥାପନ କରାଗଲା। ପ୍ରଥମେ ସେଠାରେ ରାଜପ୍ରସାଦ ତିଆରି ହେଲା। ପରେ ପରେ ସେଠାରେ ଜନବସତି ଗଢି ଉଠିଲା।

ଏବେ ଆଉ ନା ରାଜା ଅଛନ୍ତି ନା ତାଙ୍କ ଶାସନ । କିନ୍ତୁ ଏଭଳି ନାମକରଣ ଯୋଗୁ ଏବେବି ବିଭିନ୍ନ ଜିଲ୍ଲାରୁ ବହୁ ପର୍ଯ୍ୟଟକଙ୍କ ସୁଅ ଏଠାକୁ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.