Latest Odisha News

BREAKING NEWS

ଦୋଳପୂର୍ଣ୍ଣିମାରେ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ

ପୁରୀ: ସୋମବାର ଦୋଳ ପୂର୍ଣ୍ଣିମା ଅବସରରେ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ ପାଇଁ ପୁରୀରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି । ଭୋର ୩ଟା ବେଳୁ ଶ୍ରୀମନ୍ଦିର ଖୋଲାଯିବା ପରଠାରୁ ଏହି ଭିଡ ଲାଗିରହିଥିଲା । ମହାପ୍ରଭୁଙ୍କ ସୁନାବେଶ ଥିବାରୁ ଭକ୍ତଙ୍କ ଆଗ୍ରହ ଏଥିନେଇ ବିଶେଷ ଭାବେ ରହିଥିଲା । ୩୨ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରାଜକୀୟ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।

ଶ୍ରୀମନ୍ଦିରର ସେବକ ସିଂହାରୀ ଲୋକନାଥ କରଙ୍କ କହିବା ଅନୁସାରେ ସିଂହାସନରେ ଠାକୁର ବସିବାପରଠାରୁ ଅନେକ ନୀତି ପାଳନ କରାଯିବ । ଏହି ଅବସରରେ ନୂତନ ପଞ୍ଜିକା ମଧ୍ୟ ପଢ଼ାଯିବ ବୋଲି ସେ କହିଥିଲେ ।

Leave A Reply

Your email address will not be published.