Latest Odisha News

ଭୁବନେଶ୍ୱରରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ: ଆରଏମଆରସି

ଭୁବନେଶ୍ୱର: ରାଜ୍ୟ ସରକାର ଓ ଆଇଏମଆରସି ମିଳିତ ଭାବରେ ସେରୋ ସର୍ଭେଲାନ୍ସ କରୁଛି । ପ୍ରଥମ ପର୍ଯ୍ୟାୟରେ ୫ଟି ଜାଗାରେ ଏହା କରାଯାଉଛି । ପୁରୀରେ ଶେଷ ହୋଇଛି । ସରକାରଙ୍କୁ ରିପୋର୍ଟ ବି ଦିଆସରିଛି । ଭୁବନେଶ୍ୱରରେ ଏହା ଦ୍ୱିତୀୟ ପର୍ଯ୍ୟାୟରେ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ କମ୍ୟୁନିଟି ସେରୋ ସର୍ଭେଲାନ୍ସ ହୋଇସାରିଛି । ଏଥିରେ ୯୦୦ ସାମ୍ପଲ ସଂଗ୍ରହ କରାଯାଇଛି ।

ଦ୍ୱିତୀୟ ପର୍ଯ୍ୟାୟରେ ହାଇରିସ୍କ କମ୍ୟୁନିଟିର ସେରୋ ସର୍ଭେଲାନ୍ସ କରାଯାଉଛି । ଖୁବଶୀଘ୍ର ଏହା ଶେଷ ହେବ ଏବଂ ରାଜ୍ୟ ସରକାରଙ୍କୁ ରିପୋର୍ଟ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି । ଭୁବନେଶ୍ୱରର ପରେ ଗଂଜାମ, ଗଜପତି ଏବଂ ବଡମ୍ବା ନରସିଂହପୁରରେ ସର୍ଭେ କରାଯିବ ।

ଆରଏମଆରସି ନିର୍ଦ୍ଦେଶିକା କହିଛନ୍ତି ଯେ, ବର୍ତ୍ତମାନ ଯେଉଁ ସେରୋଲୋଜିକାଲ ସର୍ଭେ ହେଉଛି ତାହା ୪ ସପ୍ତାହ ପୂର୍ବର ସଂକ୍ରମଣ ବିଷୟରେ ତଥ୍ୟ ପ୍ରଦାନ କରିଥାଏ । ଭୂତାଣୁ ଶରୀରରେ ପ୍ରବେଶ କରିବାର ୪ ସପ୍ତାହ ପରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଜଣାପଡିଥାଏ । ସେଥିପାଇଁ ସିରିଏଲ ସେରୋ ସର୍ଭେ ନିର୍ଦ୍ଦିଷ୍ଟ ସମୟରେ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏବେ ଯଦି ଭୁବନେଶ୍ୱରରେ କରାଯାଇଛି ତେବେ ପୁଣି ୪ ସପ୍ତାହ ପରେ ପୁଣି କରାଯିବ । ଫଳରେ ଜଣାପଡିବ ଯେ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କେଉଁ ଦିଗକୁ ଯାଉଛି ।

Leave A Reply

Your email address will not be published.