Latest Odisha News

BREAKING NEWS

ବାହୁଡ଼ା ଯାତ୍ରା ପାଇଁ ପୁରୀରେ ପୋଲିସ ଛାଉଣୀ

ପୁରୀ: ରଥଯାତ୍ରା ଭଳି ବିନା ଭକ୍ତରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି । ଶ୍ରୀକ୍ଷେତ୍ରରେ କଡ଼ା କଟକଣା । କର୍ଫ୍ୟୁ ଲାଗିଛି । ଗତକାଲି ରାତି ୧୦ଟାରୁ ପୁରୀ ସହ ସମେତ ପୁରା ଜିଲ୍ଲାରେ ବଳବତ୍ତର ରହିଛି କର୍ଫ୍ୟୁ । ଗୁରୁବାର ରାତି ୧୦ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।

ରଥଯାତ୍ରା ଭଳି ବାହୁଡ଼ା ଯାତ୍ରା ବି ଭକ୍ତ ଶୂନ୍ୟ ରହିବ । ପୁରୀକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି । ବାହୁଡ଼ା ଯାତ୍ରା ପାଇଁ ପୁରୀ ସହରରେ ସୁରକ୍ଷା କଡ଼ାକଡ଼ି । ଛକ ଛକ, ଗଳି କନ୍ଦିରେ ପଇଁତରା ମାରୁଛି ପୋଲିସ । ମୁତୟନ ହୋଇଛନ୍ତି ୭୦ ପ୍ଲାଟୁନ ଫୋର୍ସ । ସହରର ବିଭିନ୍ନ ପ୍ରବେଶ ପଥ ଓ ଗଳି କନ୍ଦିକୁ ସିଲ୍ କରାଯାଇଛି । କେବଳ କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ସେବାୟତ ରଥ ଟାଣିବେ ।

Leave A Reply

Your email address will not be published.