Latest Odisha News

BREAKING NEWS

କୋଭିଡ-୧୯ ଚିକିତ୍ସା ପାଇଁ ରାଜ୍ୟରେ ପ୍ରସ୍ତୁତ ହେଉଛି ୭ଟି ହସ୍ପିଟାଲ: ବାଗଚୀ

ଭୁବନେଶ୍ୱର: କୋଭିଡ-୧୯ ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ସହରରେ ୭ଟି କୋଭିଡ ହସ୍ପିଟାଲ ସ୍ଥାପନ ହେଉଛି । ଏଥିମଧ୍ୟରୁ ୩ଟି କାର୍ଯ୍ୟକ୍ଷମ ହୋଇ ସାରିଥିବା ନେଇ ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ କହିଛନ୍ତି ।
୭ଟି କୋଭିଡ ହସ୍ପିଟାଲ ମଧ୍ୟରେ ରହିଛି ଭୁବନେଶ୍ୱରର କିମ୍ସ ହସପିଟାଲ ଓ ସମ ହସପିଟାଲ, କଟକର ଅଶ୍ୱିନୀ ହସପିଟାଲ, ଯାଜପୁରର ଟାଟା ହସପିଟାଲ, କେନ୍ଦୁଝରର ଟାଟା ହସପିଟାଲ,ପୁରୀର ଆଇଡିଏଚ ଓ ରାଉରକେଲାର ହାଇ-ଟେକ ମେଡିକାଲ କଲେଜ । ମିଳିତଭାବେ ଏସବୁ ସ୍ୱତନ୍ତ୍ର କୋଭିଡ୍୧୯ ହସପିଟାଲ ଗୁଡ଼ିକରେ ୧୪୯୭ଟି ଶଯ୍ୟା ଅଛି ବୋଲି ସେ କହିଛନ୍ତି ।
ଆଜି ରାଜ୍ୟ ସରକାରଙ୍କ ତୃତୀୟ କୋଭିଡ୧୯ ହସପିଟାଲ ସୋଆ କ୍ୟାମ୍ପସ-୨ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ହସପିଟାଲରେ ୫୦୦ଟି ଶଯ୍ୟା ଓ ୨୦ଟି ଆଇସିୟୁ ରହିଛି । ଏମସିଏଲ ସହଯୋଗିତାରେ ଏହା ନିର୍ମାଣ କରାଯାଇଛି ।
ତେବେ ବର୍ତ୍ତମାନ ରାଜ୍ୟରେ ତିନୋଟି ସ୍ଥାନରେ ଦିନକୁ ୩୦୦ଟି କୋଭିଡ-୧୯ ନମୂନା ପରୀକ୍ଷା କରାଯାଉଥିବା ବେଳେ ଆଗାମୀ ୫ଦିନ ମଧ୍ୟରେ ଏହାକୁ ୧ ହଜାରକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଖୁବ୍ ଶୀଘ୍ର ଭିମସାର ବୁର୍ଲା, ଏମକେସିଜି ବ୍ରହ୍ମପୁରରେ କୋଭିଡ୧୯ ପରୀକ୍ଷଣର ସୁବିଧା ଉପଲବ୍ଧ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଚଗୀ ।

Leave A Reply

Your email address will not be published.