Latest Odisha News

BREAKING NEWS

ଦେଶଭକ୍ତି ଫିଲ୍ମରେ ନଜର ଆସିବେ ଶାହୀଦ

ମୁମ୍ବାଇ: ଶାହୀଦ କାପୁର ଖୁବ୍ ଶୀଘ୍ର ଏକ ଦେଶଭକ୍ତି ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଜର୍ସି ଫିଲ୍ମ ପରେ ସେ ଏଥିରେ ମନୋନିବେଶ କରିବେ । ରିପୋର୍ଟ ମୁତାବକ ଅପେରେଶନ କାକଟସ ଉପରେ ଏହି ଫିଲ୍ମ ଆଧାରିତ ହେବ । ୧୯୮୮ରେ ମାଲଡିଭ୍‌ସ ଦ୍ୱୀପରେ ଭାରତ ଏହି ଅପରେଶନ କରିଥିଲା । ଶାହୀଦ ବ୍ରିଗେଡିୟର ଗୁଲସାରାଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ଜଣାପଡିଛି ।

ଫିଲ୍ମର ନାମ ଘୋଷଣା କରାଯାଇ ନାହିଁ । ଫିଲ୍ମର ନିର୍ଦ୍ଦେଶନା ବିଶାଳ ଭରଦ୍ୱାଜଙ୍କ ସହକାରୀ ଆଦିତ୍ୟ ନିମ୍ବଲକର ଦେବେ । ସେ କମୀନେ, ହାଇଦର, ରେଙ୍ଗୁନ ଓ ପଟାଖା ଫିଲ୍ମରେ ବିଶାଳଙ୍କୁ ସହଯୋଗ କରିଥିଲେ । ଫିଲ୍ମର ଅନ୍ୟ କଳାକାର ଚୟନ ଖୁବ୍ ଶୀଘ୍ର ହେବ ।

Leave A Reply

Your email address will not be published.