Latest Odisha News

BREAKING NEWS

ତାପସୀଙ୍କ ହୋସ୍ ଉଡାଇଲା ବିଜୁଳି ବିଲ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ବିଜୁଳି ବିଲ୍ ଦେଖି ହୋସ୍ ଉଡିଯାଇଛି । ତିନି ମାସର ଲକଡାଉନ୍‌ରେ ଆସିଥିବା ବିଜୁଲି ବିଲ୍‌କୁ ଦେଖି ସେ ନିଜେ ଚକିତ ହୋଇଯାଇଛନ୍ତି । ତାଙ୍କ ଘରର ବିଦ୍ୟୁତ ବିଲ୍ ଏତେ ଅଧିକ ଆସିଛି େ ଯାହା ଜାଣିବା ପରେ ଯେକେହି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏନେଇ ତାପସୀ ଟ୍ୱିଟ୍ ଯୋଗେ କହିଛନ୍ତି ।

ତାପସୀ ବିଜୁଳି ବିଲ୍ ର ସ୍କ୍ରିନସଟ୍ ସେୟାର କରି ଲେଖିଛନ୍ତି ଯେ, ଗୋଟିଏ ବିଲ୍ ୩୫ ହଜାର ୮୯୦ ଟଙ୍କା, ଦ୍ୱିତୀୟ ବିଲ୍ ୩ ହଜାର ୮୫୦ ଟଙ୍କା ଓ ତୃତୀୟ ବିଲ୍ ୪ ହଜାର ୩୯୦ ଟଙ୍କାର ରହିଛି । ଲକଡାଉନ୍ ତିନି ମାସ ହୋଇଛି । ଗୋଟିଏ ମାସରେ ଏପରି କଣ ବ୍ୟବହାର କରାଯାଇଛି ଯେ ଏତେ ବିଲ୍ ଆସିଛି । ଏପରି ଭାବେ ବିଜୁଳି ବିଲ୍ ଚାର୍ଜ୍ କରିବା ଠିକ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ ତାଙ୍କ ଦ୍ୱିତୀଯ ଟ୍ୱିଟରେ ଲେଖିଛନ୍ତି ଯେ, ଏହା ସେହି ଆପାର୍ଟମେଣ୍ଟର ବିଲ୍ ଯେଉଁଠି କେହି ରୁହନ୍ତି ନାହିଁ । ସେ ସପ୍ତାହରେ ମାତ୍ର ଥରେ ଏଠାକୁ ଯାଆନ୍ତି । ବୋଧେ ଆଉ କେହି ଏହାକୁ ବ୍ୟବହାର କରୁଛନ୍ତି । ତାପସୀଙ୍କ ଟ୍ୱିଟ୍ ପରେ ବିଦ୍ୟୁତ କମ୍ପାନୀ ବିଲ୍‌ର ନୂଆ ଡିଟେଲ୍ସ ପଠାଇଛି ।

Leave A Reply

Your email address will not be published.