ବ୍ରହ୍ମପୁର : କରୋନା ନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଗଂଜାମ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ‘ମର୍ତ୍ତ୍ୟପୁରରେ ଯମରାଜ’ ସିଆଇଏଫ୍ଏଫ୍ ଦ୍ୱାରା ଚଳିତ ବର୍ଷ କୋଭିଡ୧୯ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଛି ।
ଏହି ଅନଲାଇନ ଫିଲ୍ମ ଫେଷ୍ଟିଭାଲରେ ୩୬ଟି ଦେଶରୁ ଶତାଧିକ କ୍ଷୁଦ୍ର ଚଳଚ୍ଚିତ୍ର ସ୍ଥାନ ପାଇଥିଲା । ମନୋନୟନ ପ୍ରକ୍ରିୟାରେ ଓଡିଶାର ‘ମର୍ତ୍ତ୍ୟପୁରରେ ଯମରାଜ’ ସମେତ ତିନିଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ଚୟନ ହୋଇଥିଲା ।
ଇସା ଭିଜନ ପକ୍ଷରୁ ପ୍ରସ୍ତୁତ ଚିତ୍ରଶିଳ୍ପୀ ସ୍ଥିତଧୀ ରଥଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସନ୍ୟାସୀ ମହାରଣା ପ୍ରେଯାଜନା ଭାର ସମ୍ଭାଳିଛନ୍ତି । ଏଥିରେ ବିଭିନ୍ନ ଭୂମିକା ସଦାନନ୍ଦ ସାହୁ, ରବୀନ୍ଦ୍ରନାଥ ସାହୁ ଓ କାହ୍ନୁ ବେହେରା ପ୍ରମୁଖ ଅଭିନୟ କରିଛନ୍ତି ।
ନିର୍ଦ୍ଦେଶକ ସ୍ଥିତଧି ରଥ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରିଆସୁଛନ୍ତି । ଯାହାକୁ ବିଭିନ୍ନ ସ୍ତରରେ ବେଶ୍ ପ୍ରଶଂସିତ ହୋଇଛନ୍ତି ।