Latest Odisha News

BREAKING NEWS

ଏଥର ଶ୍ରୀକ୍ଷେତ୍ରରେ ନୀରବ ସାହିଯାତ

ପୁରୀ: ପୁରୀରେ ସାହିଯାତକୁ ସର୍ବଦା ଗୁରୁତ୍ୱ ଦିଆ ଯାଇଥାଏ । ଶ୍ରୀଜଗନ୍ନାଥ ଓ ରାମଚନ୍ଦ୍ରଙ୍କ ସମାନତା ଏଥିରେ ଦେଖିବାକୁ ମିଳିଥାଏ । ସବୁଠାରୁ ବଡ କଥା ପୁରୀ ବାସୀଙ୍କ ପାଇଁ ସାହିଯାତ ସର୍ବଦା ସମ୍ମାନର ପ୍ରଶ୍ନ ହୋଇଥାଏ । ଏଥର କରୋନା ସବୁ କିଛି ଏପଟ ସେପଟ କରିଦେଲା । ସାହିଯତ୍ର ଶୋର ଶବ୍ଦ କିଛି ନାହିଁ କେବଳ ନୀତି….. । କରୋନା ଅପେକ୍ଷା ପୁରୀବାସୀଙ୍କୁ ଏହା ବେଶି ବାଧିଛି ।

ଚୈତ୍ରମାସ ଶୁକ୍ଲ ନବମୀ ତିଥିରୁ ଦ୍ୱିତୀୟା ପର୍ୟ୍ୟନ୍ତ ନବଦିନବ୍ୟାପୀ ଶ୍ରୀମନ୍ଦିର ତଥା ସାହିମାନଙ୍କରେ ଶ୍ରୀରାମଙ୍କ ଜନ୍ମ ଲୀଳାଠାରୁ ଅଭିଷେକ ପର୍ୟ୍ୟନ୍ତ ଉତ୍ସବମାନ କ୍ରମାନ୍ୱୟରେ ଅନୁଷ୍ଠିତ ହୁଏ ! ଏହି ସାହି ଯାତରେ ମୁଖ୍ୟତଃ ୫ଟି ସାହି ଅଂଶଗ୍ରହଣ କରିଥାନ୍ତି ! ବାଲିସାହି, ହରଚଣ୍ତି ସାହି, ଦୋଳମଣ୍ତପ ସାହି, ମାର୍କଣ୍ତେଶ୍ୱର ସାହି ଓ କୁଣ୍ଢେଇ ବେଣ୍ଟ ସାହି ! ସାହିଯାତ ସାଧାରଣତଃ ଗୋଟିଏ ସାହିରୁ ଅନ୍ୟ ବାଦିସାହିକୁ ଯାଇଥାଏ ! ସେହି କ୍ରମରେ କାଳିକା ଦେବି ସାହିରୁ ଶ୍ରୀରାମ ଜନ୍ମ , ହରଚଣ୍ତି ସାହିରୁ ମରିଚି, ସୁବାହୁ, ପର୍ଶୁରାମ ! ମାର୍କଣ୍ତେଶ୍ୱର ସାହିରୁ ରାମ , ଲକ୍ଷ୍ମଣ, ସୀତା ! କୁଣ୍ଢେଇ ବେଣ୍ଟ ସାହିରୁ ସୀତାଚୋରି, ମାୟାରାବଣ ! ଦୋଳମଣ୍ତପ ସାହିରୁ ଲଙ୍କାପୋଡି ହନୁମାନ , ବାଲିସାହିରୁ ସେତୁବନ୍ଧ ଓ ରବଣ ବଧ ! ଗୌଡବାଡ ସାହିରୁ ଅଭିଷେକ ଯାତ୍ରା ଆଦି ବାହାରି ନିଜ ଜିଜ ବାଦୀ ସାହିମାନ ବୁଲି ଶେଷରେ ଜଗନ୍ନାଥ ବଲ୍ଲଭ ମଠକୁ ଗମନ କରନ୍ତି ! ଜଗନ୍ନାଥ ବଲ୍ଲଭ ମଠରେ ଉକ୍ତ ସାହି ଗୁଡିକର ଉଦଯାପନ ସମାରୋହ ହୋଇଥାଏ !

ପୁରୀରେ ମୁଖ୍ୟତଃ ଦୁଇ ପ୍ରକାର ନୃତ୍ୟର ପ୍ରଚଳନ କଥା ଯାଣିବ‍ାକୁ ମିଳିଥାଏ ! ଗୋଟିଏ ଶାସ୍ତ୍ରୀୟ ନୃତ୍ୟ ବା ଓଡିଶୀ ନୃତ୍ୟ ଓ ଅନ୍ୟଟି ଲୋକନୃତ୍ୟ ! ଶାସ୍ତ୍ରୀୟ ନୃତ୍ୟରେ ତାଳ, ଲୟ, ମାନ, ଭଙ୍ଗିମା ଇତ୍ୟାଦିରେ ସମନ୍ୱୟ ରକ୍ଷା କରାଯାଉଥିବା ସ୍ଥଳେ ଓଡିଶୀ ସଙ୍ଗୀତ ଗାନ କରାଯାଏ ! ମାତ୍ର ଲୋକ ନୃତ୍ୟରେ ଶାସ୍ତ୍ରୀୟ ପଦ୍ଧତି ଅନୁସରଣ କରାଯାଏ ନାହିଁ ! ଏହା ପୌରାଣିକ ଓ ଇତିହାସ କଥାବସ୍ତୁ ଉପରେ ପର୍ୟ୍ୟବସିତ ଅର୍ଥାତ୍ ରାମକଥା ଓ କୃଷ୍ଣକଥା ଉପରେ ଆଧାରିତ ହୋଇଥାଏ ! ରାମଚନ୍ଦ୍ର ଦିବସ (ଶ୍ରୀରମ ନବମୀ) ଓ କୃଷ୍ଣଜନ୍ମ ଦିବସ (ଜନ୍ମାଷ୍ଟମୀ) ଠାରୁ ଉଭୟ ନବଦିନ ପର୍ୟ୍ୟନ୍ତ ଚାଲିଥାଏ !

Leave A Reply

Your email address will not be published.