Latest Odisha News

BREAKING NEWS

ପୁରୀରେ ସମ୍ପନ୍ନ ହେଲା ଚଳନ୍ତି ପ୍ରତିମାଙ୍କ ସୀତାଚୋରି ନୀତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଶ୍ରୀରାମ ନବମୀଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ପ୍ରଭୁ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ ଓ ଦେବୀ ସୀତାଙ୍କର ଚଳନ୍ତି ପ୍ରତିମା ଜଗନ୍ନାଥବଲ୍ଲଭ ମଠକୁ ବିଜେ କଲାପରେ ସେଠାରେ ଶ୍ରୀରାମଙ୍କ ଜନ୍ମ ଉତ୍ସବରୁ ଆରମ୍ଭ ହୋଇଛି ନୀତି ।

ତେବେ ଆଜି ପୁରୀ କୁଣ୍ଢେଇବେଣ୍ଟସାହିଠାରେ ପାରମ୍ପରିକ ସୀତାଚୋରୀ ନୀତି ପାଳିତ ହୋଇଛି । ଏଠାରେ ପୁରୀର ପ୍ରସିଦ୍ଧ ସାହିଯାତର ରାବଣ, ଶ୍ରୀରାମ, ଲକ୍ଷ୍ମଣ ଓ ମାଆ ସୀତାଦେବୀଙ୍କ ଚରିତ୍ରରେ ସ୍ଥାନୀୟ କଳାକାରମାନେ ଅଭିନୟ କରିଥିଲେ । ସୀତାଚୋରୀ ଅଭିନୟ ଅନୁଷ୍ଠିତ ହେବାପରେ ଚଳନ୍ତି ପ୍ରତିମାରେ ପୂଜାର୍ଚ୍ଚନା କରାଯାଇଥିଲା ।

ଆସନ୍ତା ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଚନ୍ଦନ ପୁଷ୍କରିଣୀରେ ଶ୍ରୀଜୀଉମାନଙ୍କ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ । ଶ୍ରୀଜୀଉ ପାରମ୍ପରିକ ଭାବେ ଚନ୍ଦନ ପୋଖରୀରେ ଚାପ ଖେଳିବେ । ଏହାକୁ ଦୃଷ୍ଟିରେ ରଖି ଚନ୍ଦନ ପୁଷ୍କରିଣୀରେ ରଙ୍ଗଦିଆ କାର୍ଯ୍ୟ ଆରମ୍ଭ ହୋଇଛି ।

Leave A Reply

Your email address will not be published.