Latest Odisha News

BREAKING NEWS

ବିନା ବାଣ-ରୋଷଣୀରେ ପଡିଲା ଦେବ ଦମ୍ପତ୍ତିଙ୍କ ହାତଗଣ୍ଠି

ଭୁବନେଶ୍ୱର: ଶେଷ ହୋଇଛି ଦେବ ଦମ୍ପତ୍ତିଙ୍କ ବିବାହ । ବୁଧବାର ମଧ୍ୟରାତ୍ରୀରେ ରୀତିନୀତି ସହ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ସଂପନ୍ନ ହୋଇଛି। ଲକ୍‌ଡାଉନ୍‌ ନିୟମ ପାଳନ ସହ ବିଧି ରକ୍ଷା ପାଇଁ ହୋଇଛି ନୀତି ସମ୍ପନ୍ନ ।

ମଙ୍ଗଳବାର ସଂଧ୍ୟାରେ ମହାଦେବ ବରବେଶରେ ସଜ୍ଜିତ ହୋଇ ଦର୍ଶନ ଦେଇଥିଲେ। ମନ୍ଦିର ପରିସରରେ ତାଙ୍କର ମହାଆଳତି କରାଯାଇଥିଲା।

କରୋନା ସଙ୍କଟ ଯୋଗୁଁ ଚଳିତ ବର୍ଷ ବିନା ବାଣ ରୋଷଣୀ ଓ ବରଯାତ୍ରୀରେ ମନ୍ଦିର ପରିସରରେ ପଡିଛି ଦେବ ଦମ୍ପତ୍ତିଙ୍କ ହାତଗଣ୍ଠି। ମନ୍ଦିର ପରିସରରେ ତିଆରି ବେଦୀରେ ଯଥା ରୀତି ଅନୁଷ୍ଠିତ ହୋଇଛି ଏହି ଦେବ ବିବାହ।

Leave A Reply

Your email address will not be published.