Latest Odisha News

BREAKING NEWS

ଡକାୟତି ଉଦ୍ୟମ ପଣ୍ଡ: ମାରଣାସ୍ତ୍ର ସହ ୬ ଡକାୟତ ଗିରଫ 

ଅନୁଗୁଳ: ପଣ୍ଡ ହେଲା ଡକାୟତି ଯୋଜନା । ଗିରଫ ହେଲେ ୬ ଡକାୟତ । ମିଳିଥିବା ସୂଚନା ଅନୁସାରେ, ଅନୁଗୁଳ ସହର ଉପଖଣ୍ଡ ହାଟଛକ ପେଟ୍ରୋଲ ପମ୍ପ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ଅନୁଗୁଳ ପୋଲିସ ଧରା ପଡିଛନ୍ତି ୬ ଡକାୟତ । ସେମାନଙ୍କ ନିକଟରୁ ଦୁଇଟି ମୋଟରସାଇକେଲ ସହ ଛୁରା ଓ କଟୁରି ଜବତ କରା ଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ପୋଲିସ ଦେଇଥିବା ସୂଚନାନୁସାରେ, ଅନୁଗୁଳ ଥାନା ଏସ.ଆଇ. ପ୍ରକାଶ ଚନ୍ଦ୍ର ମାଝୀ ୨୫ ତାରିଖ ବିଳମ୍ବିତ ରାତି ରେ ୬ ରୁ୭ ଜଣ ଡକାୟତ ମଳିହାପଡିଆରେ ବସି କିଛି ଯୋଜନା କରୁଥିବା ଖବର ପାଇ ଚଢାଉ କରିଥିଲେ । ଚଢାଉ ବେଳେ ପୋଲିସ ୬ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ସେମାନଙ୍କୁ ଯାଞ୍ଚ କରିବା ବେଳେ ସେମାନଙ୍କ ନିକଟରୁ ଦୁଇଟି ଛୁରି , ଗୋଟିଏ କଟୁରି , ଲୁହା ରଡ , ୨ଟି ମୋଟରସାଇକେଲ , ୫ ଟି ମୋବାଇଲ ଫୋନ ଓ ୩୬୯୦ ଟଙ୍କା ଜବତ କରାଯାଇଛି । ସେମାନେ ଅନୁଗୁଳ ସହରରେ ଡକାୟତି ଯୋଜନା କରୁଥିବା ଜାଣିବାକୁ ପାଇ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.