Latest Odisha News

BREAKING NEWS

କେଉଁ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା ?

ପୁରୀ: ପୁଣି ଥରେ ୟେସ୍ ବ୍ୟାଙ୍କରୁ ଫେରିଥିବା ମହାପ୍ରଭୁଙ୍କ ଟଙ୍କା ଜମାକୁ ନେଇ ଆରମ୍ଭ ହୋଇଛି ସସ୍‌ପେନ୍ସ । ୟୁନିୟନ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରହିବା ନେଇ ହୋଇଥିବା ନିଷ୍ପତ୍ତିକୁ ମନ୍ଦିର ପ୍ରଶାସନ ରଦ୍ଦ କରିଛି । ୧୬ଟି ସରକାରୀ କ୍ଷେତ୍ରର ଟେଣ୍ଡର ବାତିଲ କରିଛି ମନ୍ଦିର ପ୍ରଶାସନ ।
ପୁଣି ଥରେ ଟେଣ୍ଡର ହୋଇ ମହାପ୍ରଭୁଙ୍କ ଟଙ୍କା ରଖାଯିବ । ଏନେଇ ଟେଣ୍ଡରରେ ଭାଗ ନେବାକୁ ୧୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ଚିଠି ଲେଖି ଜଣାଇଯାଇଥିବା ଶ୍ରୀମନ୍ଦିର ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି ।
ଏଣିକି ୩ ବର୍ଷ ନୁହେଁ ବର୍ଷିକିଆ ସ୍ଥାୟୀ ଜମା ପାଇଁ ଟେଣ୍ଡର ଡକା ଯାଇଥିବା ଜଣାପଡିଛି । ଆସନ୍ତା ୨୬ ତାରିଖ ଦିନ ୧୧ ଟା ସୁଦ୍ଧା ଟେଣ୍ଡର ପକାଇବାକୁ ସବୁ ବ୍ୟାଙ୍କକୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖରେ ୟୁନିୟନନ ବ୍ୟାଙ୍କ ସର୍ବାଧିକ ୫.୭୫ ପ୍ରତିଶତ ସୁଦ୍ଧ ଅଫର ଦେଇ ବିଡ୍ ଜିତିଥିଲା । ତେବେ ଏହି ଟେଣ୍ଡରକୁ ଏବେ ବାତିଲ କରାଯିବା ପରେ ମହାପ୍ରଭୁଙ୍କ ଟଙ୍କା କେଉଁ ବ୍ୟାଙ୍କରେ ରହିବ ସେ ନେଇ ସସ୍‌ପେନ୍ସ ଲାଗି ରହିଛି ।

Leave A Reply

Your email address will not be published.