Latest Odisha News

BREAKING NEWS

ବ୍ରିଟେନର ସବୁଠାରୁ ଯୁବ ଅଲିମ୍ପିଆନ ହେବାକୁ ଯାଉଛନ୍ତି ସ୍କାଇ ବ୍ରାଉନ

ଟୋକିଓ: ଟୋକିଓ ଅଲିମ୍ପିକ ପାଇଁ ବ୍ରିଟେନର ୧୧ ବର୍ଷୀୟ ସ୍କେଟବୋର୍ଡର ସ୍କାଇ ବ୍ରାଉନ ଯୋଗ୍ୟତା ଅର୍ଜନ କରିଛନ୍ତି । ୯୨ ବର୍ଷ ଇତିହାସରେ ବ୍ରାଉନ ସବୁଠାରୁ ଯୁବ ଅଲିମ୍ପିଆନ ହେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି ।

ସ୍କେଟବୋର୍ଡର ବିଶ୍ୱ ଚାମ୍ପିୟନଶିପରେ ସେ ବ୍ରୋଞ୍ଜ ପଦକ ହାସଲ କରି ସାରିଛନ୍ତି । ପୂର୍ବରୁ ୧୯୨୮ରେ ସନ୍ତରଣରେ ମାର୍ଗରୀ ହିଂଟନ ବ୍ରିଟେନର ଯୁବ ଆଥଲେଟ ଭାବେ ଅଲିମ୍ପିକ୍ସରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.