ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୧,୩୩,୨୪୫ ପ୍ରବାସୀ ଶ୍ରମିକ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
ଗଂଜାମ ଜିଲ୍ଲାକୁ ସର୍ବାଧିକ ୫୫,୫୬୭ ପ୍ରବାସୀ ଫେରିଛନ୍ତି । ଏହାକୁ ଦେଖି ଗଂଜାମରେ କୋଭିଡ-୧୯ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି । ସେହିପରି ବାଲେଶ୍ୱରକୁ ୧୧,୩୬୮ ଜଣ ପ୍ରବାସୀ ଏବଂ କଟକକୁ ୮୧୯୮ ଜଣ ପ୍ରବାସୀ ଫେରିଛନ୍ତି ।
ବାହାର ରାଜ୍ୟରୁ ଆସୁଥିବା ପ୍ରବସୀ ସଂଖ୍ୟାକୁ ଦେଖି ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦ୍ରାପହାରେ ମଧ୍ୟ କ୍ୱାରେଂଟିନ ଶଯ୍ୟ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ, କୌଣସି ହସ୍ପିଟାଲ ଯଦି ଆଳ ଦେଖାଇ ଚିକିତ୍ସା ନକରେ ତେବେ ତା ବୁରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ହସ୍ପିଟାଲର ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବ ।