Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବନବିଭାଗ କର୍ମଚାରୀ, ଲାଞ୍ଚ ନେଇ ଧରାପଡିଲେ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ବନବିଭାଗ କର୍ମଚାରୀ । ଗଂଜାମ ଜିଲ୍ଲା ସୋରଡା ରେଂଜର ପିପଲପଙ୍କକ୍ଷ ଫରେଷ୍ଟା ଗାର୍ଡ ବିଷ୍ଣୁପ୍ରିୟା ଦାସ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସେ ୧୦ ହଜାର ଟଙ୍କା ଲାଂଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ଜଙ୍ଗଲ ଜମି ପାଇଁ ସୋରଡା ଥାନା ଧଉଗାମ୍ ଗାଁର ଗଙ୍ଗନା ମଣ୍ଡଳଙ୍କଠାରୁ ରାତ୍ରି ଜଗୁଆଳି ଗଣେଶ ପାତ୍ରଙ୍କ ମାଧ୍ୟମରେ ଲାଞ୍ଚ ନେଉଥିଲେ । ଲାଞ୍ଚ ଟଙ୍କା ରାତ୍ରି ଜଗୁଆଳିଙ୍କ ପକେଟ୍ ରୁ ଜବତ କରାଯାଇଛି । ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.