Latest Odisha News

BREAKING NEWS

ବୁଲେଟ୍ ପ୍ରୁଫ, ଧିମା ଓ ଦାମୀ ମଦ; କିମ୍ ଜୋଙ୍ଗ୍ ଉନ୍‌ଙ୍କ ରହସ୍ୟମୟ ବିଳାସପୂର୍ଣ୍ଣ ଟ୍ରେନ୍ !

ଭୁବନେଶ୍ୱର: କିଛି ଦିନ ପୂର୍ବରୁ ୱନ୍‌ସାନ୍‌ରେ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଟ୍ରେନ୍ ଥିବା ଖବର ସାରା ବିଶ୍ୱରେ ଚର୍ଚ୍ଚା ସାଉଣ୍ଟିଥିଲା । କିମ୍‌ଙ୍କ ଉଭାନ ହେବା ଘଟଣା ଯେତିକି ରହସ୍ୟମୟ, ତାଠୁ ଅଧିକ ଆଶ୍ଚର୍ଯ୍ୟଜନକ ତାଙ୍କ ବିଳାସମୟ ଟ୍ରେନର ପ୍ରଚ୍ଛଦପଟ୍ଟ କାହାଣୀ ।

ଟ୍ରେନରେ ୨୧ଟି ବଗି ଥିବାବେଳେ ଝରକା ସହ ବାହ୍ୟପାର୍ଶ୍ୱ ସମ୍ପୂୂୂର୍ଣ୍ଣ ବୁଲେଟ ପ୍ରୁଫ୍ । ପୂର୍ବରୁ କିମ୍‌ଙ୍କ ବାପା କିମ୍ ଜୋଙ୍ଗ୍ ଇଲ୍ ଓ ଜେଜେବାପା ମଧ୍ୟ ଏଭଳି ଟ୍ରେନରେ ବିଦେଶ ଗସ୍ତ କରୁଥିଲେ । ୨୦୦୯ରେ କିମ୍‌ଙ୍କ ବାପା ତଥା ତତ୍କାଳୀନ ଶାସକଙ୍କ ପାଇଁ ଏକକାଳୀନ ତିନୋଟି ଟ୍ରେନ୍ ବାହାରୁଥିଲା । ପ୍ରଥମ ଟ୍ରେନରେ ଆଡଭାନ୍ସ ସିକ୍ୟୁରିଟି ଟିମ୍ , ଦ୍ୱିତୀୟରେ ଶାସକ ଓ ତୃତୀୟରେ ଅତିରିକ୍ତ ସୁରକ୍ଷା ବଳ ସହ ବିଭିନ୍ନ ସାମଗ୍ରୀ ପରିବହନ ହେଉଥିଲା ।

ପ୍ରଥମ ଟ୍ରେନରେ ୧୦୦ଜଣ ସିକ୍ୟୁରିଟି ଅଫିସର ଆଗୁଆ ଯାଇ ଷ୍ଟେସନଗୁଡିକୁ ବୋମା କିମ୍ବା ଅନ୍ୟାନ୍ୟ ବିପଦକୁ ନେଇ ତଦାରଖ କରୁଥିଲେ । ଏହା ବାଦ୍ ହେଲିକପ୍ଟର ଓ ଏୟାର୍‌ପ୍ଲେନ୍ ମଧ୍ୟ ସୁରକ୍ଷା ପାଇଁ ନିୟୋଜିତ ହୋଇଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ କିମ୍‌ଙ୍କ ପରିବାର ପାଇଁ ୨୦ଟି ଷ୍ଟେସନ୍ ଏବେ ବି କାର୍ଯ୍ୟକ୍ଷମ ଅଛି । ବୁଲେଟ୍ ପ୍ରୁଫ୍ କରିବା ଲାଗି ଟ୍ରେନ୍ ଗୁଡିକୁ ମୋଟା ଲୁହାରେ ଆବୃତ୍ତ କରାଯାଇଥିଲା । ଏହି କାରଣରୁ ଟ୍ରେନର ସର୍ବାଧିକ ଗତି ମାତ୍ର ୩୭ ଘଣ୍ଟା ପ୍ରତି ମାଇଲ୍ ରହିଥିଲା ।

ଟ୍ରେନ୍ ଭିତରର ଦୃଶ୍ୟକୁ ବହୁ କମ୍ ଲୋକ ଦେଖିବାକୁ ସୁଯୋଗ ପାଇଛନ୍ତି । ତଥାପି ୨୦୧୫ରେ ଟ୍ରେନ୍ ଭିତରେ କିମ୍ ଜୋଙ୍ଗ୍ ଉନ୍ କିଛି ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିବାର ଭିଡିଓ ସାମ୍ନାକୁ ଆସିଥିଲା । ସେହିଭଳି ୨୦୧୧ରେ ଉଠାଯାଇଥିବା ଏକ ଫଟୋରେ କିମଙ୍କ ବାପାଙ୍କ ସହ ଟ୍ରେନ୍ ଭିତରର କିଛିଟା ଦୃଶ୍ୟ ସାମ୍ନାକୁ ଆସିଥିଲା ।

ତେବେ କାହିଁକି ଏୟାରପ୍ଲେନ୍ ବଦଳରେ ଟ୍ରେନକୁ ବ୍ୟବହାର କରୁଥିଲେ ଉତ୍ତର କୋରିଆ ଶାସକ ? ରିପୋର୍ଟ ଅନୁଯାୟୀ କିମ୍ ଜୋଙ୍ଗ୍ ଇଲ୍ ଆକାଶରେ ଉଡିବାକୁ ଭୟ କରୁଥିଲେ । ଏହି କାରଣରୁ ସେ ଟ୍ରେନ୍‌ରେ ଯିବାକୁ ପସନ୍ଦ କରୁଥିଲେ । ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ଓ ସେବିକା, ଅତିଥି ଚର୍ଚ୍ଚା କରିବା ପାଇଁ ସଦାସର୍ବଦା ଏହି ଟ୍ରେନରେ ମହଜୁଦ ରହିଥାନ୍ତି । ତା ଛଡା ଭଳିକିଭଳି କୁଇଜିନର ଖାଦ୍ୟ ସହ ଦାମୀ ମଦ ବି ଶାସକ ତଥା ଅତିଥୀଙ୍କୁ ପରିବେଷଣ କରାଯାଇଥାଏ ।

Leave A Reply

Your email address will not be published.