Latest Odisha News

କେନ୍ଦୁଝରରେ ଆରଟିଓ କର୍ମଚାରୀଙ୍କ ଉପରକୁ ମାଡ଼ିଗଲା ଟ୍ରକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆରଟିଓ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ଉପରେ ମଙ୍ଗଳବାର ଦିନ ଏକ ଟ୍ରକ ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି।

ମୃତ ଆରଟିଓ କର୍ମଚାରୀଙ୍କ ନାମ ବିଜୟ କୁମାର ମହାନ୍ତି ବୋଲି ଜଣାପଡିଛି । ବିଜୟ କେନ୍ଦୁଝର ଆରଟିଓ କାର୍ଯ୍ୟାଳୟର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଏକ ମୋଟର ବାହନ ନିରୀକ୍ଷଣ ଦଳ ଆନନ୍ଦପୁର ଠାରେ ଥିବା ଏକ ଅସ୍ଥାୟୀ ଲାଇସେନ୍ସ କ୍ୟାମ୍ପ ଅଭିମୁଖେ ଯାଉଥିଲେ।

ପୋଖରିପାଣି ନିକଟସ୍ଥ ବାଇପାସ ଠାରେ ସମ୍ନାପଟୁ ଆସୁଥିବା ଏକ ଟ୍ରକ ଭୁଲ ରାସ୍ତାରେ ଆସୁଥିବାର ଦେଖିଥିଲେ । ଡ୍ରାଇଭର ଜଣଙ୍କ ଟ୍ରକଟିକୁ ଅଟକାଇବାକୁ ରାସ୍ତାର ଅନ୍ୟପାର୍ଶ୍ଵକୁ ଦୌଡ଼ି ଯାଉଥିଲେ ସେତେବେଳେ ଅନ୍ୟପଟୁ ଆସୁଥିବା ଆଉ ଏକ ଟ୍ରକ ତାଙ୍କ ଉପରକୁ ମାଡି ଯାଇଥିଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

ଖବର ପାଇ ଟାଉନ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.