ସ୍ପାଇସି ମଟନ କଷା

ପ୍ରସ୍ତୁତ କରନ୍ତୁ ସ୍ପାଇସି ମଟନ କଷା। ଜାଣି ରଖାନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ:
ମଟନ – ୫୦୦ ଗ୍ରାମ
ଗୋଟା ମସଲା
ଗୁଜୁରାତି – ୩ଟି
ଡ଼ାଲଚିନି – ୨ଟି
ଲବଙ୍ଗ – ୩ଟି
ତେଜପତ୍ର – ୨ଟି
ଜାଇତ୍ରି – ୧ଟି
ହଳଦୀ ଗୁଣ୍ଡ – ୧ ଚାମଚ
ଲଙ୍କା ଗୁଣ୍ଡ – ୧ ଚାମଚ
ଲୁଣ – ଆବଶ୍ୟକ ପରିମାଣରେ
ଅଦା ରସୁଣ ବଟା – ୫ ଚାମଚ
ଘିଅ – ୧କପ ରୁ କମ
ଦହି – ୧କପ ରୁ କମ
କଟା ପିଆଜ – ୩ଟି
ପେଷା ଟମାଟୋ – ୧ଟି
କଞ୍ଚା ଲଙ୍କା – ୨ଟି
ଗରମ ମସଲା – ୧ ଚାମଚ
ଧନିଆ ଗୁଣ୍ଡ – ଅଳ୍ପ
ମିଟ ମସଲା – ଅଳ୍ପ
କଟା ଧନିଆ ପତ୍ର – ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଟନକୁ ଭଲ ଭାବେ ଧୋଇ ଏଥିରେ ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ଦହି, ଅଦା ରସୁଣ ବଟା ଗୋଳାଇ ୩୦ ମିନିଟ ରଖି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ ସମସ୍ତ ଗୋଟା ମସଲା ପକାଇ ଭାଜନ୍ତୁ। କିଛି ସମୟ ଭାଜିବା ପରେ ଏଥିରେ କଟା ପିଆଜ ପକାଇ ଭଲ ଭାବେ ଭାଜନ୍ତୁ।

ପିଆଜ ଭଲ ଭାବେ ଭାଜି ହୋଇଗଲେ ଏଥିରେ ଅଦା ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ , ଗୋଳାଇ ରଖିଥିବା ମଟନ, ଅଳ୍ପ ପାଣି ଦେଇ ଭଲ ଭାବେ କଷି ଦିଅନ୍ତୁ। କିଛି ସମୟ କଷିବା ପରେ ଏହାକୁ ୧୦ ମିନିଟ ଘୋଡ଼ାଇ ରଖି ଦିଅନ୍ତୁ। ୧୦ ମିନିଟ ପରେ ଏଥିରେ ଧନିଆ ଗୁଣ୍ଡ, ଗରମ ମସଲା , ମିଟ ମସଲା , କଞ୍ଚା ଲଙ୍କା , ଆବଶ୍ୟକ ପରିମାଣରେ ପାଣି ଦେଇ ୨୦ ମିନିଟ ଗ୍ୟାସରେ ବସାନ୍ତୁ। ୨୦ ମିନିଟ ପରେ ଏକ ପାତ୍ରକୁ କାଢି କଟା ପିଆଜ ଓ ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ପାଇସି ମଟନ କଷା।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.