Latest Odisha News

BREAKING NEWS

ମହାପ୍ରଭୁଙ୍କ ବେଂଟନୀତି ପାଳିତ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦ୍ଵିତୀୟ ବେଣ୍ଟ ବା ଶିକାର ନୀତି ସୋମବାର ଅନୁଷ୍ଠିତ ହୋଇଛି । ମଙ୍ଗଳ ଆଳତି ପରେ ଶ୍ରୀ ରାମ ଏକ ଖଣ୍ଡ ଆଜ୍ଞାମାଳ ପାଇ ଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ବେଣ୍ଟ ପୁଷ୍କରିଣୀକୁ ବିଜେ କରିଥିଲେ । ସେଠାରେ ବେଣ୍ଟ ନୀତି ଅନୁଷ୍ଠିତ ହୋଇଥିଲା ।  ଜଗନ୍ନାଥଙ୍କ ବେଣ୍ଟ ବା ଶିକାର ନୀତି, ଯାହା ମହାପ୍ରଭୁଙ୍କ ବସନ୍ତ ଭ୍ରମଣ ନୀତି ଅଟେ;ଫାଲଗୁନ ଶୁକ୍ଳ ପତିପ୍ରଦ, ଚତୁର୍ଥୀ, ଅଷ୍ଟମୀ, ଦ୍ଵାଦଶୀରେ ଅନୁଷ୍ଠିତ ହୁଏ । ଶ୍ରୀରାମ ଯେହେତୁ କ୍ଷତ୍ରିୟ ଥିଲେ ଏବଂ ଶିକାର କ୍ଷତ୍ରିୟର ଏକ କର୍ମ ମଧ୍ୟ, ତେଣୁ ଚଳନ୍ତି ପ୍ରତିମା ଶ୍ରୀରାମ ମହାପ୍ରଭୁଙ୍କ ପ୍ରତିନିଧି ଭାବେ ବେଣ୍ଟ ନୀତି ପାଇଁ ବିଜେ ହୁଅନ୍ତି ।

ମଙ୍ଗଳ ଆଳତି ପରେ ରାମ ଏକ ଖଣ୍ଡ ଆଜ୍ଞାମାଳ ପାଇ ଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ବେଣ୍ଟ ପୁଷ୍କରିଣୀକୁ ବିଜେ ହୁଅନ୍ତି । ସେଠାରେ ୬ ଟି ପଇଡକୁ ମୃଗର ପ୍ରତୀକ ଭାବେ ରଖାଯାଏ । ରାମଙ୍କୁ ସ୍ପର୍ଶ କରି ୫ ଟି ପଇଡ଼ଙ୍କୁ ଶରବିଧ କରାଯାଏ ଓ ଅନ୍ୟ ଗୋଟିଏ ପଇଡ଼ କୁ ଅକ୍ଷତ ଛାଡି ଦିଆଯାଏ । ତା ପରେ ରାମଚନ୍ଦ୍ର ଙ୍କୁ ପଞ୍ଚାମୃତରେ ମହାସ୍ନାନ, ବେଶ, ପଞ୍ଚ ଉପଚାର ରେ ଶୀତଳ ଭୋଗ , ବନ୍ଦାପନା ହୁଏ । ଏହା ପରେ ରାମଚନ୍ଦ୍ର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରନ୍ତି । ଆଜି ପ୍ରତିପଦ ତିଥି ବେଣ୍ଟ।

Leave A Reply

Your email address will not be published.