Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଓଡିଶାର ଗରିବଙ୍କ ପାଇଁ ସଂଜୀବନି: ରାଜ୍ୟ ବିଜେପି

ଭୁବନେଶ୍ୱର: କୋଭିଡ ମହାମାରୀ ଭିତରେ ଆସନ୍ତା ୫ ମାସ ପାଇଁ ଅର୍ଥାତ୍ ନଭେମ୍ବର ଯାଏ ଗରିବଙ୍କୁ ମାଗଣାରେ ରାସନ ମିଳିବା ପ୍ରଧାନମନ୍ତ୍ରୀଙ୍କ ମାଗଣା ଖାଦ୍ୟଶସ୍ୟ ଯୋଗାଣ ଘୋଷଣା ଓଡିଶାର ଗରିବଙ୍କ ପାଇଁ ସଂଜୀବନି ସଦୃଶ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି କହିଛି ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ସାରା ଦେଶରେ ୮୦ କୋଟି ଲୋକ ଏଥିରେ ଲାଭବାନ୍ ହେବେ ଏବଂ ରାଜ୍ୟରେ ମଧ୍ୟ ସମସ୍ତ ରାସନକାର୍ଡ ଧାରୀ ଉପକୃତ ହେବେ । ପ୍ରଧାନମନ୍ତ୍ରୀଙ୍କ ଏଭଳି ଘୋଷଣା ପାଇଁ ଧନ୍ୟବାଦ ଜଣାଇଛି ରାଜ୍ୟ ବିଜେପି ।

ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ମାଗଣା ରାସନ ସମେତ ପ୍ରବାସୀଙ୍କୁ ରୋଜଗାର ଦେବା ପାଇଁ ଦେଶର ୧୧୬ ଜିଲ୍ଲା ମଧ୍ୟରୁ ଓଡିଶାର ୪ଟି ଜିଲ୍ଲା ରହିଛି । କୃଷକ ଓ ଶ୍ରମିକ ମାନଙ୍କ ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଯାହାର ରାସନ କାର୍ଡ ନାହିଁ , ସେମାନଙ୍କୁ ମଧ୍ୟ ରାସନ ଯୋଗାଇବା ପାଇଁ ରାଜ୍ୟ ମାନଙ୍କୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ପିଡିଏସ ବ୍ୟବସ୍ଥାକୁ କ୍ରୀୟାଶୀଳ କରି ଲୋକଙ୍କ ପାଖରେ ସାମଗ୍ରୀ ପହଁଚାଇବାକୁ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ ବୋଲି ରାଜ୍ୟ ବିଜେପି ପରାମର୍ଶ ଦେଇଛି ।

Leave A Reply

Your email address will not be published.