Latest Odisha News

BREAKING NEWS

ବିଧାନସଭାରେ ଉପସ୍ଥାପିତ ହେଲା ପୂର୍ଣ୍ଣାଙ୍ଗ ବଜେଟ: ୧ଲକ୍ଷ ୩୯ହଜାର କୋଟି ଟଙ୍କାର ବ୍ୟୟ ବରାଦ

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଆଜି ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯାଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବଜେଟ୍ ଉପସ୍ଥାପନା କରିଛନ୍ତି । ଦୁଇ ଭାଗରେ ବଜେଟ ଉପସ୍ଥାପନ କରାଯାଇଛି । ପ୍ରଥମେ କୃଷି ପରେ ଅନ୍ୟାନ୍ୟ କ୍ଷେତ୍ର ପାଇଁ ବଜେଟ ଉପସ୍ଥାପନ କରାଯାଇଛି ।

ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ପୂର୍ଣ୍ଣାଙ୍ଗ ବେଜଟ ରହିଛି ମୋଟ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା । ଏହା ମଧ୍ୟରୁ ପ୍ରଶାସନିକ ବାବଦରେ ଖର୍ଚ୍ଚ ହେବ ୫୭,୩୫୦ କୋଟି, ସରକାରୀ କର୍ମଚାରୀଙ୍କ ଦରମା ଖର୍ଚ୍ଚ ବାବଦକୁ ୨୫,୫୦୦ କୋଟି ଟଙ୍କା, ରକ୍ଷଣାବେକ୍ଷଣ ବାବଦକୁ ୬୫୦୦ କୋଟି, ସୁଧ ପରିଶୋଧ ପାଇଁ ୧୩,୩୦୦ କୋଟି, କାର‌୍ୟ୍ୟକ୍ରମ ପରିଚାଳନା ୭୬,୬୦୦ କୋଟି ବ୍ୟୟ ଅଟକଳ ହୋଇଛିା

ସ୍ୱାସ୍ଥ୍ୟ ବିଭାଗ ପାଇଁ ମୋଟ ୬୮୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୦୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଯୋଜନା ରେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ସହାୟତା ପ୍ରଦାନ କରାଯିବ ।
ଏଥର ବଜେଟରେ ସରକାର କୃଷି,ସ୍ୱାସ୍ଥ୍ୟସେବା, ବିପର‌୍ୟ୍ୟୟ ପରିଚାଳନା,ପାନୀୟ ଜଳ, ମହିଳା ସଶକ୍ତିକରଣ ଓ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ।

Leave A Reply

Your email address will not be published.