Latest Odisha News

BREAKING NEWS

କ୍ୟାବିନେଟ୍ ଅନୁମୋଦନ: ସମ୍ମାନିତ ହେବେ ‘କରୋନା ଯୋଦ୍ଧା’, ଗ୍ରାମାଞ୍ଚଳ ଜୀବିକା ସୁରକ୍ଷା ଲାଗି ୧୭ ହଜାର କୋଟି ମଞ୍ଜୁର

ଭୁବନେଶ୍ୱର: ଶୁକ୍ରବାରଦିନ ନବୀନ ସରକାର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ କରିଥିବା ବେଳେ ଏହି ଅବସରରେ ରାଜ୍ୟ ଲାଗି ୨୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମୋହର ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅଧିକ ପଢନ୍ତୁ: ଶିଳ୍ପ ବିବାଦ ଆଇନ ୧୯୪୭ର ଧାରା ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ

ଦିନରାତି ମହାମାରୀ ଲାଗି ନିଜ ଜୀବନକୁ ପାଣିଛଡ଼ାଇ କାର୍ଯ୍ୟ କରୁଥିବା କରୋନା ଯୋଦ୍ଧାଙ୍କୁ ରାଜ୍ୟ ସରକାର ସମ୍ମାନିତ କରିବେ । ଏଥିଲାଗି କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକରେ ସଂଙ୍କଳ୍ପ ପାରିତ ହୋଇଛି । କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ପ୍ରଶଂସା କରିଛନ୍ତି । କୋଭିଡ଼ ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ଜୀବିକା ଖସଡ଼ାକୁ ଅନୁମୋଦନ ମିଳିଛି ।

ଅଧିକ ପଢନ୍ତୁ –୨୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ; ଓଡ଼ିଶା ପର୍ଯ୍ୟଟନ ନୀତି ୨୦୧୬ ସଂଶୋଧନ ପ୍ରସ୍ତାବରେ ଲାଗିଲା ମୋହର

ସେହିପରି ଭାବେ ଗ୍ରାମାଞ୍ଚଳରେ ଜୀବିକା ସୁରକ୍ଷା ପାଇଁ ୧୭ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି । ୨୦୨୦ ଜୁନରୁ ୨୦୨୧ ମାର୍ଚ୍ଚ ଭିତରେ ଏହି ଅର୍ଥ ଖର୍ଚ୍ଚ ହେବ । ଏହି ସଙ୍କଳ୍ପ ଆଣିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଚାଷ ପାଇଁ ୨୦୦କୋଟି ଟଙ୍କାର ସହାୟତା ମିଳିବ ।୨୪.୫୬ ଲକ୍ଷ ଚାଷୀ ଏଥିରେ ଉପକୃତ ହେବେ ।

୫ଲକ୍ଷ ପରିବା ଚାଷୀଙ୍କୁ ମଞ୍ଜି ଯୋଗାଇ ଦିଆଯିବ । ଜୀବିକାକୁ ଟ୍ରାକକୁ ଆଣିବାକୁ ମନ୍ତ୍ରୀ ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । କୃଷି, ପଶୁପାଳନ ଓ ମତ୍ସ୍ୟଚାଷ ପାଇଁ ୩୭୩.୭୦କୋଟି ଟଙ୍କା ଦିଆଯିବ । ୪ହଜାର ପାନ ଚାଷୀଙ୍କୁ ୧୬କୋଟିର ସହାୟତା ମିଳିବ ।

Leave A Reply

Your email address will not be published.