Latest Odisha News

BREAKING NEWS

ଉପନିର୍ବାଚନ ପାଇଁ ଅଂଟା ଭିଡିଲା କଂଗ୍ରେସ

ଚ୍ଚୁବନେଶ୍ୱର: ତିର୍ତ୍ତୋଲ ଏବଂ ବାଲେଶ୍ୱର ଉପନିର୍ବାଚନ ପାଇଁ ଏବେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଜଟଣୀ ବିଧାୟକ ତଥା ଦଳର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ତିର୍ତ୍ତୋଲ ଦାୟିତ୍ୱ ଦିଆଯାଇଛି । ସେ କହିଛନ୍ତି, କଂଗ୍ରେସ ଟିକେଟ ପାଇଁ ୨ ଜଣ ଆଶାୟୀ ଅଛନ୍ତି । ତାଙ୍କ ଭିତରେ ପୂର୍ବତନ ବିଧାୟକ ପ୍ରାର୍ଥୀ ବି ରହିଛନ୍ତି । ଏଥର ଦଳ ଅମାନତ ହରାଇବେନି ବରଂ ଜିତିକି ଦେଖାଇବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ସୁର ରାଉତରାୟ ।

ଉପନିର୍ବାଚନ ପାଇଁ ଦଳର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ସୁର ରାଉତରାୟଙ୍କୁ ତିର୍ତ୍ତୋଲ ଏବଂ ବିଧାୟକ ତାରା ବାହୀନିପତିଙ୍କୁ ବାଲେଶ୍ୱର ଦାୟିତ୍ୱ ଦିଆଯାଇଛି । ଖୁବଶୀଘ୍ର କମିଟି ସଦସ୍ୟ ଅଂଚଳ ଗସ୍ତ କରି ଟିକେଟ୍ କିଏ ପାଇବ ଓ କିଭଳି ବିଜେପି-ବିଜେଡିକୁ ଟକ୍କର ଦେଇହେବ ତାର ରଣନୀତି ସ୍ଥିର କରାଯିବ ।

ସେପଟେ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରଘୁନନ୍ଦନ ଦାଶ କହିଛନ୍ତି ଯେ, ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇନାହିଁ । କିଏ ପ୍ରାର୍ଥୀ ହେବ ଏବଂ କିଭଳି ନିର୍ବାଚନ ଲଢାଯିବ ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ । ପୂୂର୍ବରୁ ପ୍ରାର୍ଥୀ ଚୟନ ନେଇ ଯାହା ମାନଦଣ୍ଡ ଥିଲା ସେହି ଅନୁଯାୟୀ ପ୍ରାର୍ଥୀ ସ୍ଥିର କରାଯିବ ବୋଲି ବିଜେଡି ନେତା କହିଛନ୍ତି ।

Leave A Reply

Your email address will not be published.