Latest Odisha News

BREAKING NEWS

ନିଯୁକ୍ତି ମିଳିବ, ନୂଆ ପଦବୀ ସୃଷ୍ଟି ହେବନି: ସରକାର

ଭୁବନେଶ୍ୱର: ରାଜ୍ୟରେ ନୂଆ ସରକାରୀ ନିଯୁକ୍ତି ନେଇ କଟକଣା ଉପରେ ସ୍ପଷ୍ଟିକରଣ ରଖିଛି ଅର୍ଥ ବିଭାଗ । ସରକାର କହିଛନ୍ତ, କେବଳ ନୂଆ ପଦବୀ ସୃଷ୍ଟି ଉପରେ କଟକଣା ଲାଗିଛି । ତେବେ ନୂଆ ନିଯୁକ୍ତି ପ୍ରକ୍ରିୟା ଜାରି ରହିବ । ପୂର୍ବଭଳି ଖାଲି ପଡିଥିବା ପଦବୀ ପୂରଣ ହେବ ।

କୋଭିଡ ପରିସ୍ଥିତିକୁ ଦେଖି ଖର୍ଚ୍ଚକାଟ୍ କଟକଣା ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କହିଛନ୍ତି, ପରିସ୍ଥିତିରେ ସୁଧାର ନଆସିବା ଯାଏଁ କଟକଣା ଜାରି ରହିବ । ପରିସ୍ଥିତି ସୁଧୁରିଲେ ନୂଆ ପଦବୀ ସୃଷ୍ଟି ନେଇ ନିର୍ଦ୍ଦେଶ ଆସିବ ।

ଗତକାଲି କୋଭି଼ଡ଼୍-୧୯ ସଂକ୍ରମଣ ହେତୁ ଓଡ଼ିଶାର ଅର୍ଥନୀତି ପ୍ରଭାବିତ ହୋଇଥିବା  ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏକ ବଡ଼ ଧରଣର କଟକଣା ଜାରି କରିଥିଲେ। ଅନ୍ୟାନ୍ୟ କଟକଣା ସହିତ  ଆସନ୍ତା ଦୁଇ ବର୍ଷ ପାଇଁ ସରକାରୀସ୍ତରରେ ସ୍ବାସ୍ଥ୍ୟ ବିଭାଗର ନିଯୁକ୍ତିକୁ ଛାଡ଼ିଦେଲେ କୌଣସି ବି ସରକାରୀ ବିଭାଗରେ ଜଣେ ହେଲେ ବି କେହି ନିଯୁକ୍ତି ପାଇପାରିବେ ନାହିଁ ବୋଲି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଘୋଷଣା କରିଥିଲା।

Leave A Reply

Your email address will not be published.