Latest Odisha News

BREAKING NEWS

ଅଟକିଲାନି ଟ୍ରେନ୍ ନିଲମ୍ବିତ ହେଲେ ଷ୍ଟେସନ ମାଷ୍ଟର, ଯାତ୍ରୀ ହଟହଟା

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ରେଳ ଷ୍ଟେସନରେ ପାଟନା-ବିଳାସପୁର ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍ ରବିବାର ଦିନ ନଅଟକିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଯାହାଫଳରେ ଚକ୍ରଧରପୁର ଡିଆରଏମ ସୋମବାର ଷ୍ଟେସନ ମାଷ୍ଟର ଏସ.କେ ମିଶ୍ରଙ୍କୁ ଡ୍ୟୁଟିରେ ଅବହେଳା ଅଭିଯୋଗରେ ନିଲମ୍ବିତ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ପାଟନା-ବିଳାସପୁର ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସ ରବିବାର ରାତି ପ୍ରାୟ ୨.୨୫ ସମୟରେ ରାଜଗାଙ୍ଗପୁର ଷ୍ଟେସନରେ ଅଟକିବା ବଦଳରେ ଆଗକୁ ଅତିକ୍ରମ କରିଥିଲା। ଫଳରେ ଷ୍ଟେସନରେ ଅପେକ୍ଷା କରିଥିବା ଯାତ୍ରୀମାନେ ଖୁବ୍ ହଟହଟା ହୋଇଥିଲେ ।

ପରବର୍ତ୍ତୀ ସମୟରେ ଟ୍ରେନ ଗଡପୋଶରେ ଅଟକିବା ପରେ ଯାଇ ଯାତ୍ରୀମାନେ ଗାଡିରେ ଚଢିଥିଲେ ।

ଯେଉଁମାନେ ରାଜଗାଙ୍ଗପୁରରେ ଓହ୍ଲାଇବା ଥିଲା, ସେମାନେ ଗଡପୋଷରୁ ଅନ୍ୟଏକ ଟ୍ରେନ୍ ଯୋଗେ ରାଜଗାଙ୍ଗପୁର ଷ୍ଟେସନକୁ ଫେରିଥିବା ନେଇ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.