Latest Odisha News

ସେହ୍ୱାଗଙ୍କୁ ପଛରେ ପକାଇ ନୂଆ ରେକର୍ଡ଼ କଲେ ଷ୍ଟିଭ୍ ସ୍ମିଥ୍ !

ମୁମ୍ବାଇ: ଏପର୍ଯ୍ୟନ୍ତ ଦ୍ରୁତତମ ଇନିଂସରେ ରନ ସଂଗ୍ରହ ରେକର୍ଡ଼ ଦୁର୍ଦ୍ଦଶ ଭାରତୀୟ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ୱାଗଙ୍କ ନାମରେ ଥିଲା । ତେବେ ୧୨୬ ଇନିଂସରେ ୭୦୦୦ ରନ କରି ଷ୍ଟିଭ୍ ସ୍ମିଥ୍ ସେହ୍ୱାଗଙ୍କ ନାମରେ ଥିବା କିର୍ତ୍ତୀମାନକୁ ଭଙ୍ଗ କରିଛନ୍ତି ।

ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଶନିବାର ନୂତନ ରେକର୍ଡର ଅଧିକାରୀ ହୋଇଛନ୍ତ୍ି । ଡବ୍ଲ୍ୟୁ.ହାମଣ୍ଡ ଓ ଭାରତର୍ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କୁ ପଛରେ ପକାଇ ସ୍ମିଥ୍ ଟେଷ୍ଟ କ୍ରିକେଟରେ ଦ୍ରୁତତମ ଇନିଂସରେ ୭୦୦୦ ରନ କରିଛନ୍ତି । ସେ ୧୨୬ ଇନିଂସରେ ଏହି ରନ କରିଛନ୍ତି ।

ହାମଣ୍ଡ ୧୩୧,ସେହ୍ୱାଗ ୧୩୪ ଓ ସଚିନ ତେନ୍ଦୁଲକର ୧୩୬ ଇନିଂସର ସହାୟତା ନେଇଥିଲେ ।

Leave A Reply

Your email address will not be published.