ବନ୍ଧୁ ମହାନ୍ତିଙ୍କ ପାଇଁ ଶ୍ରୀଜଗନ୍ନାଥ କଲେ ଅନଶନ

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ

ବହୁ ବର୍ଷ ପୂର୍ବରୁ ଯାଜପୁରରେ ଭଗବାନ ଜଗନ୍ନାଥଙ୍କ ଭକ୍ତ ବନ୍ଧୁ ମହାନ୍ତି ରହୁଥିଲେ, ସେ ବହୁତ ଗରିବ ପରିବାରରୁ ଥିଲେ , ତାଙ୍କ ସହ ତାଙ୍କ ସ୍ତ୍ରୀ ଓ ଗୋଟେ ବୋଲି ପୁଅ ରହୁଥିଲେ।

ଗରିବ ପରିବାରରୁ ହୋଇଥିବାରୁ ସେ ବହୁତ କଷ୍ଟରେ ଦି ଓଳି ଖାଇବା ଯୋଗାଡ କରନ୍ତି। ଭକ୍ତିର ୯ ରୂପ ଅଛି।
ନଵଧା ଭକ୍ତି ଶ୍ରବଣ, କୀର୍ତ୍ତନ, ସ୍ମରଣ, ପୂଜନ, ବନ୍ଦନ, ପାଦ ସେବନ, ଦାସ୍ୟ, ସାଖ୍ୟ ଓ ଆତ୍ମନିବେଦନ।

ବନ୍ଧୁ ମହାନ୍ତି ଜଗନ୍ନାଥଙ୍କୁ ନିଜର ସଖା ତଥା ବନ୍ଧୁ ଭାବରେ ଭକ୍ତି କରୁଥିଲେ, ଏହା ସାଖ୍ୟ ଭକ୍ତି ରେ ଅନ୍ତର୍ଗତ, ଦିନେ ସେ ମନ ବଳାଇଲେ ଶ୍ରୀକ୍ଷେତ୍ର ଦର୍ଶନ ପାଇଁ। ରାତିରେ ନିଜ ପତ୍ନୀଙ୍କୁ କହିଲେ କି, “ଶୁଣ ଆମେ କାଲି ସକାଳୁ ପୂରୀ ଯିବା, ତମେ ଶୀଘ୍ର ଶୋଇ ଜଲଦି ଉଠିବ
ସକାଳ ହେଲା ।

ବନ୍ଧୁ ମହାନ୍ତି । ସ୍ତ୍ରୀ ଓ ପିଲା ସହ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଲେ, ଶ୍ରୀମନ୍ଦିର ପାହାଚ ଚଢୁ ଚଢୁ ଜଣେ ସେବାୟତ ପଛରୁ ଚିଲ୍ଲାଇଲେ।
ହାଁ ହାଁ ହାଁଟ୍ଟ ଅଟକାଓ ତାକୁ, ଭିକାରୀଟା ମନ୍ଦିର ଭିତରକୁ ପଶି ଯାଉଛିଟ୍ଟକିଛି ସେବାୟତ ବନ୍ଧୁ ମହାନ୍ତିଙ୍କୁ ଅଟକାଇଲେ ତ ବନ୍ଧୁ ମହାନ୍ତି କହିଲେ କି ପଣ୍ଡିତେ ମୁଁ ଭିକାରୀ ସତ କିନ୍ତୁ ବହୁ ବାଟରୁ ଜଗାକୁ ଦେଖିବାକୁ ଆସିଛି , ଥରୁଟେ ଦର୍ଶନ କରି ଚାଲିଯିବି।

ଜଣେ ସେବାୟତ କହିଲେ କି – ତୋ ଜାତି ଗୋତ୍ର ଠିକ୍ ଠିକଣା ନାହିଁ, କହିଲା କଣ ନା ଦର୍ଶନ କରିବି ଟ୍ଟ ଯା ଏଠୁ ଧକ୍କା ମାରି ବାହାର କରିଦେଲେ ବନ୍ଧୁ ମହାନ୍ତିଙ୍କୁ ।

ତାଙ୍କ ପତ୍ନୀ କହିଲେ ଚାଲ ଘର କୁ, ତୁମ ବନ୍ଧୁ ତୁମକୁ ତ ତାଙ୍କ ପାହାଚରୁ ହି ତଡି ଦେଲେ ଟ୍ଟ ଚାଲ ଚାଲ।
ବନ୍ଧୁ ମହାନ୍ତି କହିଲେ କି – ନା.. ଯଦି କାଳିଆ ମତେ ଏମିତି ତଡି ଦେବ ତାହାଲେ ମୁଁ ଯିବି କୁଆଡେଟ୍ଟଏଇଠି ବସିବିଟ୍ଟ ତାକୁ ପଚାରି ବି ମୁଁ ନୀଚ ଜାତି ଯଦି ସେ ମୋ ସହ ବନ୍ଧୁତା କଣ ପାଇଁ କଲା.. ଏଇ କଣ ତା ବନ୍ଧୁ ପ୍ରେମ.. ମୁଁ ଏଇ ଅଠର ନଳା ପାଖରେ ବସିଲି । ଯିବିନି କୁଆଡ଼େ।
ସ୍ୱାମୀ ସ୍ତ୍ରୀ ପିଲା ବସିଲେ ଅଠର ନଳାରେ ଯେଉଁଠି ଭଗବାନଙ୍କର ରୋଷ ଘରୁ ରନ୍ଧନ ପରେ ପେଜ ସେହି ନଳାରେ ବାହାରି ଯାଏ।
ରାତି ଅଧରେ ବନ୍ଧୁ ମହାନ୍ତିଙ୍କ ପୁଅକୁ ବହୁତ ଭୋକ ଲାଗିଲା ଓ ସେ କାନ୍ଦିଲା.. ବନ୍ଧୁ ମହାନ୍ତି ବହି ଯାଉ ଥିବା ପେଜ ରୁ କିଛି ପୁଅ କୁ ଦେବାକୁ ଯାନ୍ତେ ଜଣେ କେହି ଡାକିଲା “ହୋ ବନ୍ଧୁ .. ରୁହ।

କିଏ ସେ ବୋଲି ପଛକୁ ବୁଲି ଚାହିଁବାରୁ ଗୋଟେ ଛୋଟ ଛୁଆ ଟେ ବଡ ଥାଳି ଧରି ତାଙ୍କ ପଛରେ ଠିଆ ହୋଇଛି।
ସେ ତାଙ୍କୁ ଦେଖୁ ଦେଖୁ କହିଲା – ଛି ଛି ଏ ଅପରିଷ୍କାର ପେଜ କୁ କିଏ କଣ ପିଏ।
ବନ୍ଧୁ ମହାନ୍ତି କହିଲେ କି – ତୁମେ କିଏ , ତୁମେ ମୋ ନା କେମିତି ଜାଣିଲ।

ପିଲା ଟି କହିଲା – ହେଇ ନିଅ, ତମ ସାଙ୍ଗ ଦେଇଛି, ସେ ମତେ କହିଲା ତମେ ସେଇ ନାଳ ପାଖରେ ବସିଛ ତମକୁ ଏଇ ଖାଇବା ଦେଇ ଆସିବାକୁ।
ବନ୍ଧୁ ମହାନ୍ତି ପଚାରିଲେ କି – କିଏ ସେ, ମୋର ତ ପୁରୀ ରେ ଏମିତି ସାଙ୍ଗ ନାହାନ୍ତି।
ସେ ପିଲା ଟି ହସିଲା ଓ କହିଲା ତୁମେ ଆଗ ଖାଇ ଦିଅ , ତା ପରେ ପ୍ରଶ୍ନ ପଚାର।

ବନ୍ଧୁ ମହାନ୍ତି ଙ୍କୁ ବହୁତ ଭୋକ ଲାଗୁଥିଲା ,ସ୍ଵାମୀ ସ୍ତ୍ରୀ ପୁଅ ବଡ ଶାନ୍ତି ରେ ଖାଇଲେ । ଖାଇବା ଶେଷ ହେଲା ବେଳକୁ ସେ ପିଲା ନଥିଲା।
ଏପଟେ ସେ ଯୋଉ ଥାଳିରେ ଖାଇବା ଆଣିଥିଲା ସେଇ ଥାଳି ରେ ଜଗନ୍ନାଥ ଙ୍କ ନୀଳଚକ୍ର ର ଚିତ୍ର ଅଙ୍କା ହୋଇଥିଲା, ଆଉ ସାଙ୍ଗ ଦେଇଛି କଥା ବି ସେ ବୁଝିଲେ।

ଅଧିକ ପଢନ୍ତୁ: ଭାବର ଠାକୁର ମହାବାହୁ…

ତାଙ୍କ ସ୍ତ୍ରୀ ଙ୍କୁ କହିଲେ କି ଦେଖ ତମେ ଜାଣିଛ ମୋର କେହି ସାଙ୍ଗ ନାହାନ୍ତି ପୁରୀ ରେ, ତା ମାନେ,, କଣ ସେ ପିଲା ମୋ ଜଗା ଥିଲା ?
କାନ୍ଦି ପକେଇଲେ ସ୍ୱାମୀ ସ୍ତ୍ରୀ।

ଏମିତି କଥା ହେଉ ହେଉ ସକାଳ ହେଇ ଯାଇଥାଏ , ଏପଟେ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କର ସୁନା ଥାଳି ଗାୟବ ବୋଲି ହାଲ୍ଲା ପଡିଯାଇଛି , କିଏ ଗୋଟେ ରାଜା ଗଜପତିଙ୍କ ପାଖରେ ଖବର ଦେଇ ଦେଲା କି ସେ ଯୋଉ ଅଠର ନାଳ ପାଖରେ ଭିକାରି ବସିଛି ତା ପାଖରେ ସେ ଥାଳି ଅଛି।
ରାଜା ସଂଗେ ସଂଗେ ସେନ୍ୟ ପଠାଇ ଧରି ଆଣିଲେ ବନ୍ଧୁ ମହାନ୍ତି ଓ ତାଙ୍କ ପିଲାକୁ । ସେନ୍ୟ ଟଣା ଓଟରା କରି ଆଣିବାର ଦୃଶ୍ୟ ଦେଖି ସେବାୟତ କହୁଥାନ୍ତି କି ଦେଖ – ଏଟା ସତରେ ଚୋର ଟା ହୋ, ଶେଷରେ ଭଗବାନଙ୍କୁ ବି ଛାଡ଼ୁନି, ପାପୀ , ଏମିତି ଚୋରି କରୁଛି ବୋଲି ଭିକାରି ଆଉ ନୀଚ ଜାତି ରେ ଜନ୍ମ ହେଇଛି,, ଛି ଛି ଛି..।

ବହୁତ ବାଧିଲା ବନ୍ଧୁ ମହାନ୍ତିଙ୍କୁ, କାନ୍ଦ କାନ୍ଦ ଆଖିରେ ଚିଲ୍ଲେଇ କହିଲେ ମୋ ଘରେ ସବୁ ପଛେ ଉପାସରେ ମରିଯିବେ ହେଲେ ଚୋରି କରିବେନି
ମୋତେ ଏଇ ଥାଳି କାଲି ଗୋଟେ ପିଲା ଦେଲା, ଆଉ ସେ ମୋତେ କହିଲା ମୋ ସାଙ୍ଗ ଦେଇଛି , ମୁ ଖାଇବା କୁ ମନା କଲି ହେଲେ ସେ କହିଲା ତମେ ନଖାଇଲେ ସେ ବି ଖାଇବନାହିଁ , ମୁ ଖାଇଲି ହେଲେ ସେ ପିଲା କୁଆଡେ ଚାଲି ଗଲା ମୁ ଖାଉ ଖାଉ, ମୁଁ ଚୋର ନୁହେଁ, ମତେ ବିଶ୍ୱାସ କର, ଜଗନ୍ନାଥଙ୍କ ରାଣ ମୁଁ ସୁନା ଥାଳି ଚୋରି କରିନି।

ଗଜପତି ରାଗି ଗଲେ – ତୋର ସାହାସ କେମିତି ହେଲା ଜଗନ୍ନାଥଙ୍କ ରାଣ ନେଇ ମିଛ କହିବାକୁ, ସିପାହି ଆକୁ କାରାଗାରରେ ପକେଇ ଦିଅ।
ସିପାହିମାନେ ତା ପିଲାକୁ ଘୋଷାରି ଘୋଷାରି ନେଇଗଲେ, ତା ସ୍ତ୍ରୀ ର ଲୁଗା ଚିରି ଟଣା ଓଟରା କରୁଥିଲେ।

ଏସବୁ ଦେଖି ବନ୍ଧୁ ମହାନ୍ତି ଭାଙ୍ଗି ପଡିଲେ।
କାରାଗାର ରେ ଥାଇ କହିଲେ – ପ୍ରଥମେ ଖାଇବାକୁ ଦେଲୁ ଆଉ ଏବେ ମାଡ ମାରିଲୁ, ମୋ ପୁଅ ମୋ ସ୍ତ୍ରୀ ସହ ଏମିତିକା ବ୍ୟବହାର କଲୁ, କଣ ଜଗା ଏଟା ତୋର ବନ୍ଧୁ ପଣିଆ।

ତୋ ସହ ବନ୍ଧୁ ବାନ୍ଧିଲି ବୋଲି କଣ ମତେ ତୁ ଏମିତି କହିବୁ, ମୁ ଚୋର? ମୁ ତୋ ସୁନା ଥାଳି ଚୋରି କରିଛି ନା, ହଉ ହେଲା କାଳିଆ, ମତେ ଦଣ୍ଡ ଦେ। ମୋର ଛୋଟ ଛୁଆ ଆଉ ସ୍ତ୍ରୀ ଙ୍କୁ ମାରନା, ସେମାନେ ନିର୍ଦୋଷ ତାଙ୍କୁ ତ ମୁ ଡାକି କି ଆଣିଥିଲି ତୋ ଦର୍ଶନ ପାଇଁ।
ଏମିତି କହୁଥାନ୍ତି ବନ୍ଧୁ ମହାନ୍ତି , ଏପଟେ ଜଗନ୍ନାଥ ଙ୍କୁ ବି କଷ୍ଟ ହେଉଥାଏ। ନିଜ ସାଙ୍ଗ କୁ ମାଡ ଗାଳି ଦିଆ ହେଉ ଥିବ ଆଉ ସେ କେମିତି ଶାନ୍ତି ରେ ରହିବେ।
ସେ ବି ଖାଇବା ଛାଡି ଦେଲେ, ବଡ ପଣ୍ଡା ପ୍ରସାଦ ଦେବା ପୂର୍ବରୁ ହାତ ପାପୁଲି ରେ ଥିବା ପାଣି ରେ ଜଗନ୍ନାଥ ଙ୍କ ଦର୍ଶନ କରନ୍ତି ଓ ତାହା ଜଗନ୍ନାଥ ଗ୍ରହଣ କଲେ ବୋଲି ଜଣା ଯାଏ, କିନ୍ତୁ ସେଦିନ ଜଗନ୍ନାଥ ଜମା ଦର୍ଶନ ଦେଲେନି।
ବଡ ପଣ୍ଡା ବହୁତ ଚେଷ୍ଟା କରି ଆଖିବନ୍ଧ କରି ଦେଖିବାକୁ ଚେଷ୍ଟା କଲେ ବି ଦର୍ଶନ ଦେଲେନି, ସେ କହି ଉଠିଲେ।

– ଏ କଣ ପ୍ରଭୁ, କଣ ପାଇଁ ତୁମେ ଦର୍ଶନ ଦେଉନ, ଆମେ କିଛି ଭୁଲ କରିଛୁ କି ମଣିମା, କାନ୍ଦି ପକେଇ ସେ ଗଜପତିଙ୍କୁ ଖବର ଦେଲେ, ସେତେବେଳକୁ ଦୁଇ ପହର ହେଲାଣି ଜଗା ଉପାସରେ, ସ୍ନାନ ବି କଲେନି, ଆଖିଆ ଅପିଆ ମହାବାହୁ ବସିଛନ୍ତି ଯେମିତି ଅନଶନରେ।

ଗଜପତି ଯେମିତି ଶ୍ରୀମନ୍ଦିର ପହଁଚିଲେ ଜଗନ୍ନାଥଙ୍କ ଦେହରେ ସେମିତି ସେଇ ରାତିର କପଡା, ପାଖରେ ଭୋଗ ଥାଳି, ତୁଳସୀ ଚନ୍ଦନ ସବୁ ଥୁଆ ହୋଇଛି, ତାଙ୍କୁ ଦେଖି ବଡ ପଣ୍ଡା କହିଲେ ମହାରାଜ ଦେଖନ୍ତୁ ସକାଳୁ ମହାବାହୁ କିଛି ସ୍ପର୍ଶ କରିନାହାନ୍ତି, ସବୁ ଜିନିଷ ସେମିତି ଥୁଆ ହୋଇଛି, ଆଜି ସେ ମତେ ବି ଦର୍ଶନ ଦେଇ ନାହଁନ୍ତି।

ଗଜପତି କହିଲେ ତୁମେ ସବୁ ବାହାର କୁ ଯାଇ ବାହାର ପଟୁ କବାଟ ଦେଇ ଦିଅ, ମୁଁ ଯେପର‌୍ୟନ୍ତ ନକହିଚି ଖୋଲିବନି
ସେଇଆ ହେଲା।

ଗଜପତି କହିଲେ ହଉ କାଳିଆ ତୁ ଖାଇବୁନୁ ଯଦି ମୁ ବି ଖାଇବିନି ,ଯେ ପର‌୍ୟନ୍ତ ତୁ ମତେ କହିନୁ କଁ ପାଇଁ ତୁ ଏମିତି ରାଗିଛୁ ଅଭିମାନ କରିଛୁ ମୁ ବି ଏମତି ବସି ରହିଲି।

ଗଜପତି ଙ୍କୁ ଶୂନ୍ୟ ବାଣୀ ହେଲା, ମୋ ସାଙ୍ଗ କୁ ତୁମେ କାରାଗାରରେ ରଖିଚ ଆଉ ମତେ କହୁଛ ମୁ ଖାଇବି? ସେ ମତେ ଯେପର‌୍ୟନ୍ତ ନିଜ ହାତରେ ଖାଇବାକୁ ନ ଦେଇଛି ମୁ ଖାଇବିନି, ତାକୁ ଚୋର କହି ଏତେ ବେସନ୍ନମାନ କଲ ତମେ, ତାକୁ ମୁ ଦେଇଛି ସେ ଥାଳି, ସେ ନିର୍ଦୋଷ
ଗଜପତି କହିଲେ ପ୍ରଭୁ ତ୍ରାହି ମା, ତ୍ରାହି ମା, ମୁ ଭୁଲ କରିଛି ମଣିମା, ଦୋଷ କ୍ଷମା କର ।

ଗଜପତି ଶ୍ରୀମନ୍ଦିର ରୁ ଦଉଡି ଦଉଡି ଯେମିତି ବାହାରିଲେ ବଡ଼ପଣ୍ଡା ଓ ସେବାୟତ ବି ତାଙ୍କ ପଛରେ ଧାଇଁ ଲେ, ସିପାହି କୁ ଖବର ଦିଆଗଲା ବନ୍ଧୁ ମହାନ୍ତି ଙ୍କୁ ସସନ୍ନମାନେ ଶ୍ରୀମନ୍ଦିର ନିଆ ଯାଉ ।

ବନ୍ଧୁ ମହାନ୍ତି ଙ୍କୁ ଗଜପତି କହିଲେ କ୍ଷମା କର ବନ୍ଧୁ ତୁମେ ସତରେ ମହାନ, ଦେଖ ତମ ସାଙ୍ଗ କିପରି ଅନସନ କରିଛନ୍ତି, ମତେ କହୁଛନ୍ତି ବନ୍ଧୁଙ୍କୁ କୁହ ମତେ ନିଜ ହାତରେ ଖାଇବାକୁ ଦେବେ ତାହାଲେ ମୁ ଖାଇବି।

ବନ୍ଧୁ ମହାନ୍ତି ନିଜେ ଭୋଗ ଲଗାଇଲେ ଜଗନ୍ନାଥଙ୍କୁ, ଯେଉଁ ମାନେ କହୁଥିଲେ ନୀଚ ଭିକାରି ତାଙ୍କୁ ବି ବହୁତ ଲଜ୍ଜ୍ୟା ଲାଗିଲା, ସେମାନେ ବି ନିଜକୁ ଜଗନ୍ନାଥ ଙ୍କ ପାଖରେ ଦୋଷୀ ଭାବୁଥିଲେ।

ବନ୍ଧୁ ମହାନ୍ତି ଜଗନ୍ନାଥଙ୍କ ପାଖ କୁ ଯାଇ କହିଲେ ସତରେ ଜଗା, ତୁ କେତେ ଭଲ, ମୋ ପାଇଁ ତୁ ଉପାସ ରେ ରହିଲୁ, ମୋର ତ ଉପାସ ରେ ରହିବାର ଅଭ୍ୟାସ ଅଛି ହେଲେ ତତେ ତ ଛପନ ଭୋଗ ବି ନିଅଂଟ, ତୁ ମୋ ପାଇଁ ଉପାସ ରହିଲୁ ହଉ ଏବେ ଖା କହି ସେ ଜଗନ୍ନାଥଙ୍କୁ ଚନ୍ଦନ ଓ ତୁଳସି ପାଣିରେ ଗାଧେଇ ଦେଲେ ।

ଦୂରରୁ ଗଜପତି ମହାରାଜ କହିଲେ ଜୟ ପ୍ରଭୂ ଜଗନ୍ନାଥ ଙ୍କର, ସବୁ ଲୋକ କହି ଉଠିଲେ । ଜୟ ଜଗନ୍ନାଥ।

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.